ଆଞ୍ଚଳିକ

କିମ୍ସ ପକ୍ଷରୁ ରୋଗୀଙ୍କୁ ମିଳିଲା ମାଗଣା ଚିକିତ୍ସାକୁ ମାଗଣା ଔଷଧ

Spread the love

 ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍ସ  ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥାଏ । ଏହି ପରିପେକ୍ଷୀରେ ଗତକାଲି ଯାଜପୁର ଜିଲ୍ଲା ବିରିପଟାଠାରେ କିମ୍‍ସ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିରେ କିମ୍‍ସର ବିଭିନ୍ନ ବିଭାଗର ୧ଶହରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟର୍କମୀ ଯୋଗଦେଇ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନାଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା ।ଯାଜପୁର ଦଶରଥପୁର ବ୍ଲକ ବିରିପଟାସ୍ଥିତ ବିରିପଟା ସରକାରୀ ଉଚ୍ଚ ବିଦ୍ୟାଳୟରେ କିମ୍ସ ପକ୍ଷରୁ ଉଦଘାଟିତ ହୋଇଛି ମେଗା ସ୍ବାସ୍ଥ୍ୟ ଶିବିର ।ଭୁବନେଶ୍ୱର ସ୍ଥିତ କିମସରୁ ୧୦୦ରୁ ଅଧିକ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଏବଂ ୨୦୦ରୁ ଊର୍ଦ୍ଧ୍ଵ ପରାମେଡିକାଲ ଷ୍ଟାଫ ବିରିପଟା ଗ୍ରାମକୁ ଆସି ଲୋକ ମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗଇ ଦେଇଛନ୍ତି। ଏହି ଶିବିର ରେ ସମସ୍ତଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମେଡ଼ିସିନ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *