ଜଳିଗଲା ୧୩ ଉଠା ଦୋକାନ
କୋଣାର୍କ ସୂର୍ଯ୍ୟମନ୍ଦିର ସାମ୍ନାରେ ଥିବା ୧୩ଟି ଉଠା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ଦୋକାନରେ ଥିବା ଗ୍ୟାସ ଟାଙ୍କିରେ ମଧ୍ୟ ନିଆଁ ଲାଗି ବ୍ଲାଷ୍ଟ କରିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ପାଖରେ ଥିବା SBI ଏଟିଏମର ଗ୍ଲାସ ଡୋର ଭାଙ୍ଗିଯାଇଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ନିଆଁର ଆଁରେ ଜଲିପୋଡ଼ି ଛାରଖାର ହୋଇଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର । ତେବେ ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି।

