ବାଲି ମାଫିଆ ଙ୍କୁ ପ୍ରତିବାଦ କରିବାରୁ ମହିଳାମାନଙ୍କୁ ବେଲଚାରେ ଆକ୍ରମଣ
ବାଲି ଉଠାଣକୁ ପ୍ରତିବାଦ କରିବାରୁ ମହିଳା ମାନଙ୍କୁ ଆକ୍ରମଣ କରିବା ସହ ମୋବାଇଲ ଫୋନ୍ ଓ ଦେହରୁ ସୁନା ଅଳଙ୍କାର ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି । ଗତକାଲି ବାଲି ମାଫିଆମାନେ ଅଚାନକ ଟ୍ରାକ୍ଟର ନେଇ ନଦୀରେ ପଶି ବେଆଇନ ଭାବେ ବାଲି ଉଠାଇଥିଲେ । ଏହାକୁ ଗାଁର ମହିଳା ମାନେ ଏକଜୁଟ ହୋଇ ତୀବ୍ର ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବାଲି ମାଫିଆ ମାନେ ବେଲଚାରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି ।
