ରାଜ୍ୟ

ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଦିବ୍ୟାଙ୍ଗମାନଙ୍କୁ ନେଇ ହ୍ବିଲ୍ ଚେୟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ

Spread the love

ଭଦ୍ରକ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଦିବ୍ୟାଙ୍ଗମାନଙ୍କୁ ନେଇ ହ୍ବିଲ୍ ଚେୟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ।ଭଦ୍ରକ ଜିଲ୍ଲା ବେଦାନ୍ତ ଫେକର୍ ଗ୍ରାଉଣ୍ଡରେ ଏହି କ୍ରିକେଟ ଖେଳ ଆୟୋଜିତ ହୋଇଛି । ନଭେମ୍ବର ମାସ ୧୬ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଆୟୋଜିତ ହେବ । ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆୟୋଜିତ ହେଉଛି ଏହି ମ୍ୟାଚ । ଏହି ମ୍ୟାଚ ଉଭୟ ଦିନ ଓ ରାତି ପାଇଁ ଆୟୋଜିତ ହୋଇଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ବାହାର ରାଜ୍ୟରୁ ଆସିଥିବା ଖେଳାଳି ମାନେ ଖେଳ ପାଇଁ ପୁରା ପ୍ରସ୍ତୁତ ରହିବା ସହ ଖେଳକୁ ନେଇ ବେଶ ଉତ୍ସାହ ଥିବା କହିଛନ୍ତି ।ହ୍ବିଲ ଚେୟାର କ୍ରିକେଟ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି ।ଓଡ଼ିଶା ଦିବ୍ୟାଙ୍ଗ ହ୍ବିଲ୍ ଚେୟାର କ୍ରିକେଟ ଆସୋସିଏସନ ସହାୟତାରେ ଓଡ଼ିଶା ଦିବ୍ୟାଙ୍ଗ ଜନ କଲ୍ୟାଣ ସଂଘ ଉତ୍କଳ ଟ୍ରଫି ଆୟୋଜନ କରିଛି ଏହି ଖେଳ ।

Leave a Reply

Your email address will not be published. Required fields are marked *