ରାଜ୍ୟ

ଖରିଫ ଧାନ ସଂଗ୍ରହ ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ

Spread the love

ରବିବାର ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।  ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ସହ ସମସ୍ତ ପ୍ରକାର ଅନିୟମିତତା, ଦଲାଲି, କଟନୀ ଛଟନୀକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯିବ ।ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯିବ ବୋଲି କହିଛନ୍ତି  ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ |ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ । ଆସନ୍ତା ୮ ତାରିଖରୁ ବରଗଡ଼ ଜିଲ୍ଲା ସୋହେଲାରୁ ବଣ୍ଟନ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଳିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ ।  ସେହି ମଣ୍ଡିଗୁଡିକରେ ୪ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ରହିବ ।ଏହି ବୃହତ ମଣ୍ଡିଗୁଡିକୁ ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ପ୍ରଦାନ ହୋଇସାରିଛି ।  ଏହା ସହ ଆର୍ଦ୍ରତା ପରୀକ୍ଷଣ ମେସିନ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *