ମାଲଗାଡି ଧକ୍କାରେ ହାତୀ ଛୁଆ ମୃତ
ମାଲଗାଡି ଧକ୍କାରେ ୮ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୯.୧୫ ମିନିଟ୍ ସମୟରେ ରାଉରକେଲା ବନ୍ଧମୁଣ୍ଡା ଆର୍ କ୍ୟାବିନ୍ ନିକଟରେ ଏକ ମାଲଗାଡି ଧକ୍କାରେ ୮ ବର୍ଷ ହାତୀ ଛୁଆର ମୃତ୍ୟୁ ହୋଇଛି।ସେପଟେ ହାତୀ ମୃତ୍ୟୁର ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ତେବେ ଗତ କିଛି ଦିନ ବନ୍ଧମୁଣ୍ଡା ରାଉରକେଲା ରେଳ ଧାରଣା ନିକଟ ଜଙ୍ଗଲରେ ଚଳପ୍ରଚଳ କରୁଛନ୍ତି ୨୩ ଗୋଟି ହାତୀ । ଯାହାକୁ ନେଇ ବନବିଭାଗ ନିକଟରେ ରେଳ ବିଭାଗକୁ ଆଲର୍ଟ କରିଥିଲା । ଆଉ ଏବେ ସୋମବାର ରାତିରେ ଟ୍ରେନ୍ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଛି ।

