ରାଜ୍ୟସ୍ୱାସ୍ଥ୍ୟ

ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ

Spread the love

ଭୁବନେଶ୍ଵର: ବିଶ୍ୱ ଜରୁରୀକାଳୀନ ଚିକିତ୍ସା ଦିବସ ଅବସରରେ ଓଡ଼ିଶାବାସୀଙ୍କ ଲାଗି ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ମଣିପାଲ ହସ୍ପିଟାଲ ଦ୍ୱାରା ଏହି ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଣିପାଲ ହସ୍ପିଟାଲ ଭୁବନେଶ୍ଵର ଓଡ଼ିଶାରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ରୋଡ୍ ଆମ୍ବୁଲାନ୍ସ, ଏୟାର ଆମ୍ବୁଲାନ୍ସ ଏବଂ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି। “ମଣିପାଲ ଆଡଭାନ୍ସଡ ରେସପନ୍ସ ସିଷ୍ଟମ” (ମାର୍ସ) ମାଧ୍ୟମରେ ଏହାକୁ ଆରମ୍ଭ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ହେଲପ ଲାଇନ ନମ୍ବର ୦୬୭୪ ୬୬୬୬୬୬୬ ଜାରି କରାଯାଇଛି। ଷ୍ଟ୍ରୋକ୍, ଦୁର୍ଘଟଣା, ହୃଦଘାତ, ଟ୍ରମା ସମେତ ଯେକୌଣସି ଜରୁରୀ କାଳୀନ ପରିସ୍ଥିତି ପାଇଁ କଲ୍ କରି ପାରିବେ।

Leave a Reply

Your email address will not be published. Required fields are marked *