ରାଜ୍ୟ

ପୁଣି ବିମାନବନ୍ଦରରୁ ମାରିଜୁଆନା ଜବତ

Spread the love

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଛି। ଗତଥର ପଶ୍ଚିମବଙ୍ଗର ୨ ମହିଳାଙ୍କଠାରୁ ପ୍ରାୟ ୧୦ କେଜି ମାରିଜୁଆନା ଜବତ କରାଯାଇଥିଲା ଏବଂ କଷ୍ଟମସ୍‌ ଅଧିକାରୀମାନେ ୨ମହିଳାଙ୍କୁ ଗିରଫ କରିଥିଲେ। ଏଥର କିନ୍ତୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଓ କଷ୍ଟମ ବିଭାଗ ମିଳିତ ଟିମ୍‌ ପଞ୍ଝା‌ରେ ଜଣେ କେରଳୀ ଚାଲାଣକାରୀ ଧରାପଡ଼ିଛି। ଚାଲାଣକାରୀ ବେଶ୍‌ ଚତୁରତାର ସହ ବିସ୍କୁଟ୍‌ ପ୍ୟାକେଟ୍‌ରେ ଭର୍ତ୍ତି କରି ମାରିଜୁଆନା ଆଣୁଥିଲେ ହେଁ ଡିଆର୍‌ଆଇ ସ୍କ୍ବାଡ୍‌ ଆଖିରୁ ଖସିପାରିନାହିଁ। ସେ ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସୁଥିବା ଜଣାପଡ଼ିଛି। ତଦନ୍ତ ଶେଷ ହୋଇନଥିବାରୁ ବିଭାଗୀୟ ଅଧିକାରୀମାନେ ସବିଶେଷ ବିବରଣୀ ଦେଇନାହାନ୍ତି। କିନ୍ତୁ ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *