ଆଞ୍ଚଳିକ

ଜଗାକାଳିଆ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା କମ୍ବଳ ବଣ୍ଟନ।

Spread the love

ଜଗାକାଳିଆ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା କମ୍ବଳ ବଣ୍ଟନ। ଭୁବନେଶ୍ୱର ତା୧୪ରିଖ ମକର ସଂକ୍ରାନ୍ତି ଦିନ ଟ୍ରଷ୍ଟ ତରଫରୁ ନୀଳାଦ୍ରି ବିହାର ଅନ୍ତର୍ଗତ ସହରାଞ୍ଚଳରେ ଵାସଶୁନ୍ୟ ଙ୍କ ଆଶ୍ରୟସ୍ଥଳୀ ସହାୟ ଠାରେ ପ୍ରାୟ ୫୦ଜଣ ଅନ୍ତେବାସୀନୀ ମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା। ଏହା ପରେ ସହରର ନନ୍ଦନ ବିହାର ଠାରେ ଥିବା ଜଗନ୍ନାଥ ମନ୍ଦିର ଓ ଲୋକନାଥ ମନ୍ଦିର , କାନନ ବିହାର ଫେଜ୍୨ କାନନେଶ୍ବର ମନ୍ଦିର ପରିସରରେ ବସିଥିବା ପ୍ରାୟ ୨୫ଜଣ ଅସହାୟ,ରୋଗୀ ଓ ବିକଳାଙ୍ଗ ଲୋକଙ୍କୁ ମଧ୍ୟ କମ୍ବଳ ଓ ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ଅଧ୍ୟକ୍ଷ ଉମାକାନ୍ତ ଜେନା , ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ,ଯୁଗ୍ମ ସମ୍ପାଦକ ଅଜୟ ବିଶ୍ବାଳ, ଉପାଧ୍ୟକ୍ଷ କୃପାନୀଧି ବିଶ୍ଵାଳ, କୋଷାଧ୍ୟକ୍ଷ ମନୋଜ ପାଣିଗ୍ରାହୀ ,ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଶ୍ରୀଧର ସାହୁ, ବିଚିତ୍ର ମହାପାତ୍ର , ଭାସ୍କର ଜେନା , ସୁଜାତା ପଣ୍ଡା, ସ୍ମୃତିରେଖା ନାଏକ ଓ ରଶ୍ମୀ ନାଏକ ପ୍ରମୁଖ ଏ କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରିଥିଲେ। ଟ୍ରଷ୍ଟ ର ଅଧ୍ୟକ୍ଷ ଉମାକାନ୍ତ ଜେନା ଉପରୋକ୍ତ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା, ଟ୍ରଷ୍ଟର ସଦସ୍ୟ ଓ ଉପସ୍ଥିତ ଜନସାଧାରଣଙ୍କ ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *