ଆଞ୍ଚଳିକ

ବାଛୁରୀ ମାରି ଖାଇଲା କଲରାପତରିଆ ବାଘ

Spread the love

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ବାଛୁରୀ ମାରି ଖାଇଲା କଲରାପତରିଆ ବାଘ। ନୂଆପଡ଼ା ରେଞ୍ଜ ଆମନାରା ସେକ୍ସନ ତରିଆ ମହୁଆଭଟାରେ ବାଘ ଆତଙ୍କ ଖେଲାଇଛି। ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ବାଘ ମାରି ଖାଇଛି। କିଛି ଦିନର ବ୍ୟବଧାନ ପରେ ନୂଆପଡ଼ାରେ ପୁଣି ବାଘ ଆତଙ୍କ ଦେଖାଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ବାଘକୁ ଘଉଡାଇବା ସହିତ କ୍ଷତିପୂରଣ ଦାବି କରାଯାଇଛି। ଏଖବର ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Leave a Reply

Your email address will not be published. Required fields are marked *