ରାଶିଫଳ

ସେପ୍ଟେମ୍ଵର ୧୩ ତାରିଖ, ବୁଧବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ଦିନଟି ଆପଣଙ୍କ ସପକ୍ଷରେ ରହିବ ନାହିଁ । ଅନ୍ୟକୁ ସାହାଯ୍ୟ କରି ଅସୁବିଧାରେ ପଡ଼ି ପାରନ୍ତି ।ସମୟ ସହିତ ତାଳ ଦେଇ ଚାଲିବାକୁ ଚେଷ୍ଟା କରନ୍ତୁ ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ଦେବ ।

ବୃଷ – ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ମାନସିକ ସ୍ତରରେ କିଛି ମାତ୍ରା ରେ ଦ୍ୱେଷ ଦେଖା ଦେବ ।

ମିଥୁନ – ରାଜ ସମ୍ମାନ ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ବୁଧବାର ପୁନଃ ଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

କର୍କଟ – ଆସନ୍ତାକାଲି କର୍କଟ ରାଶିର ଘାତ ଚନ୍ଦ୍ର । ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ସିଂହ – ଭାଗ୍ୟ ବୁଧବାର ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନମାଳିନ୍ୟ ଦେଖିବାକୁ ମିଳିପାରେ ।ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ମାନେ ଆଶାୟୀ ହେବେ ।

କନ୍ୟା – କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବ ।କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନ ମାଳିନ୍ୟା ଲାଗି ରହିବ ।

ତୁଳା – କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇ ଯିବ । ସେବା ପୂଜାରେ ମନୋନିବେଶ କରିବେ ।

ବିଛା – ଶରୀର ପୀଡ଼ା ଅନୁଭବ କରିବେ । ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇ ପାରେ । ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।

ଧନୁ – ଶରୀରରେ କ୍ଳାନ୍ତି ଅନୁଭବ କରି ପାରନ୍ତି । ଇଚ୍ଛା କରିଥିବା ଜିନିଷ କୁ ପ୍ରାପ୍ତ କରି ପାରନ୍ତି । ମନ ଧ୍ୟାନ ଦେଇ କାର୍ଯ କଲେ ଆଜି ନିତ୍ସ୍ୟ ସଫଳତା ମିଳିବ। ବିଦେଶ ଯାତ୍ରା ର ଯୋଗ ରହିଛି । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ।

ମକର – ଦୁଃସାହସ କରି ଅସୁବିଧାରେ ପଡ଼ି ପାରନ୍ତି । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ। ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ ।

କୁମ୍ଭ – ବିବିଧ ପ୍ରକାର ସୁଖ ପ୍ରାପ୍ତି କରିବେ । ଆଲୋଚନା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରି ରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି ।ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ – ଆସନ୍ତାକାଲି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ।ନିର୍ଣ୍ଣୟ ଆପଣଙ୍କ ପକ୍ଷ ରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିଅନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ ।

Leave a Reply

Your email address will not be published. Required fields are marked *