ରାଶିଫଳ

ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ– ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ଦିନଟି ବହୁତ ଭଲରେ କଟିବ । ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି । ଅର୍ଥ ନିବେଶ ଲାଭ ଦାୟକ ହେବ ।

ବୃଷ– ମିଳୁନଥିବା ଧନ ମିଳିବ । କାର୍ଯ୍ୟକୁ ନେଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସିତ ହେବେ। ପ୍ରେମ ସମ୍ପର୍କ ସୁଦୃଢ ହେବ । ଲୁଚି ରହିଥିବା ଦକ୍ଷତାର ପରି ପ୍ରକାଶ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ମିଥୁନ– ଘାତ ଚନ୍ଦ୍ର ଯୋଗୁଁ ସତର୍କ ରହିବା ବିଧେୟ । ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ । କର୍ମ ବ୍ୟସ୍ତତାରେ ଦିନଟି କଟିବ । ଚିନ୍ତା ବଢ଼ିପାରେ । ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ ।

କର୍କଟ– ଅଷ୍ଟମ ଚନ୍ଦ୍ର ଯୋଗୁଁ ଦିନଟିରେ ଆପଣ ଚିନ୍ତାରେ ପଡ଼ିପାରନ୍ତି । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ ।

ସିଂହ– ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଛି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ । ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ ।

କନ୍ୟା– କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ ।

ତୁଳା– ଦିନଟି ବହୁତ ଖୁସିରେ କଟିବ । ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ । ଉଚ୍ଚ ପଦସ୍ଥ ଲୋକଙ୍କ ସହ ସାକ୍ଷତ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ ।

ବିଛା– ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ । ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ । ବଡ଼ ପଦବୀ ପାଇଁ ଆଶାୟୀ ହେବେ।

ଧନୁ– ଦିନଟି ଭଲ ଫଳ ପ୍ରଦାନ କରିବ । ସଭା ସମିତିରେ ନେତୃତ୍ୱ ଲାଭ କରିବେ । ପରିବାରରୁ ପ୍ରଶଂସା ମିଳିବ । ପୂର୍ବୁରୁ ଥିବା ବିବାଦର ଅନ୍ତ ଘଟିବ । ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଚିନ୍ତା ରେ ରହିବେ ।

ମକର– ଦିନଟି ଅନୁକୂଳ ରହିବ । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ । ପରିବାରରୁ ଆର୍ଥିକ ସହାୟତା ମିଳିବ । ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ଉଣା ରହିବ । ଆର୍ଥିକ ବ୍ୟୟ ସାମାନ୍ୟ ଅଧିକ ରହିବ ।

କୁମ୍ଭ– ମିତ୍ରଙ୍କ ଠାରୁ ଭଲ ଖବର ମିଳିବ । ଧନ ସଂପତ୍ତି କ୍ରୟ କରିବେ । ପ୍ରତିଶ୍ରୁତି ପୂରଣ କରନ୍ତୁ । ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ । ସୌଜନ୍ୟ ଭାବ ମନରେ ରହିବେ । ବିଦ୍ୟାର୍ଥୀ ଲାଭବାନ ହେବେ । ସମ୍ମାନ ପ୍ରାପ୍ତି ହେବେ ।

ମୀନ– ଘାତ ଚନ୍ଦ୍ର ଯୋଗୁଁ ସାବଧାନ ରହିବା ବିଧେୟ ହେଲେ ମଧ୍ୟ କୃଷ୍ଣ ପକ୍ଷ ଯୋଗୁଁ ଚନ୍ଦ୍ର ବଳବାନ । ବ୍ୟବସାୟରେ ଲାଭ ଯୋଗ ରହିଛି । କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳିପାରେ । ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ । ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

Leave a Reply

Your email address will not be published. Required fields are marked *