କ୍ରୀଡା

ଶ୍ରୀଲଙ୍କା ୫୫ରନରେ ଅଲଆଉଟ୍‌: ପ୍ରଥମ ଦଳ ଭାବେ ସେମିରେ ଏଣ୍ଟ୍ରି ମାରିଲା ଟିମ୍‌ ଇଣ୍ତିଆ

Spread the love

ବିଶ୍ବକପରେ ଇତିହାସ ରଚିଲା ଭାରତ । ଦମଦାର ବୋଲିଂ ଆଟାକ ସହ ଚଳିତ ବିଶ୍ୱକପରେ ଲଗାତାର ସପ୍ତମ ବିଜୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ରୋହିତ ସେନା । ପୁଣିଥରେ ଏସିଆ କପ୍ ଫାଇନାଲ ଭଳି ପରିସ୍ଥିତିର ସାମ୍ନା କରିଛି ଶ୍ରୀଲଙ୍କା । ୩୫୮ ରନର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଛି । ଫଳରେ ମ୍ୟାଚକୁ ୩୦୨ ରନରେ ବିଜୟ ପ୍ରାପ୍ତ କରି ଭାରତ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ ବିଶ୍ୱକପରେ ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା ।

ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇତିଲା । ଶ୍ରୀଲଙ୍କା ମାତ୍ର ୩ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁଥିବା ବେଳେ ୫ ଜଣ ଖେଳାଳି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ତେବେ ମହମ୍ମଦ ଶାମୀଙ୍କ ସହ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ଭାରତକୁ ଏକ ବିଶାଳ ବିଜୟର ଅଧିକାରୀ କରିଛି ।

ଇନିଂସର ପ୍ରଥମ ବଲରୁ ହିଁ ଭାରତୀୟ ବୋଲର ଶ୍ରୀଲଙ୍କା ଉପରେ ଦବଦବା ଆରମ୍ଭ କରିଦେଇଥିଲେ । ତେବେ ବୁମରାହ ଓ ସିରାଜଙ୍କ ପରେ ମହମ୍ମଦ ଶାମୀ ଶ୍ରୀଲଙ୍କାର ମଧ୍ୟକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । ଦଳର ଦଶମ ଓଭର ନେଇ ଆସିଥିବା ଶାମୀ ଜଣକ ପରେ ଜଣେ ଶ୍ରୀଲଙ୍କା ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ମ୍ୟାଚରେ ସର୍ବାଧିକ ୫ଟି ୱିକେଟ ନିଜ ନାମରେ କରିଛନ୍ତି ଶାମୀ । ଏହି ସ୍ପେଲ ସହ ଶାମୀ ଅନେକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ବିଶ୍ୱକପରେ ଭାରତୀୟ ବୋଲର ଭାବରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଶାମୀ ।

 

Leave a Reply

Your email address will not be published. Required fields are marked *