ରାଶିଫଳ

ନଭେମ୍ବର ୦୩ ତାରିଖ, ଶୁକ୍ରବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ – ଆସନ୍ତାକାଲି ଦିନଟି ବିଶ୍ରାମ କରିବେ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଭଲ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ରଦଳ ଦେବ । ଦୁଃଖ ଥିଲେ ଆସନ୍ତାକାଲି ସୁଖ ଅନୁଭବ କରିବେ । ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଲାଭବାନ ହେବେ ।

ବୃଷ – ଶରୀର ପୀଡ଼ା ପରି ସମସ୍ୟା ଆସନ୍ତାକାଲି ଆପଣଙ୍କୁ ଦେଖା ଦେବ ।ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । ଅଳସୁଆର ଅନୁଭବ ଅଧିକ ହେବ ଏବଂ କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

ମିଥୁନ – ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଟଙ୍କା ସହ ଜଡିତ କିଛି ବିପଦକୁ ଏଡାନ୍ତୁ, ନଚେତ୍ ଏହା ଏକ ବିପର୍ଯ୍ୟୟ ହୋଇପାରେ । ଅଭିଳାଷ ବୃଦ୍ଧି ପାଇବ କିନ୍ତୁ ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ ।

କର୍କଟ – ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟ କୁ ସଂପୂର୍ଣ୍ଣ କରିବେ ।ବିଦ୍ୟାର୍ଥୀ ମାନେ ଆସନ୍ତାକାଲି ମନୋରଞ୍ଜନ କରି ସମୟ ଅତିବାହିତ କରିବେ|ବ୍ୟବସାୟୀ ମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।

ସିଂହ – ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ ।କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀ ମାନେ ସକାରାତ୍ମକ ଚିନ୍ତାଧାରା ରେ ରହିବେ।

କନ୍ୟା – ପରିବାର ରେ ସୁଖ ସମ୍ବାଦ ମିଳିବ । କର୍ମକ୍ଷେତ୍ରରେ ଧନ ପ୍ରାପ୍ତିର ଯୋଗ ରହିଛି । ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଆଜି ଆପଣ ଆପଣଙ୍କ ଆଚରଣରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ମନୋଭାବ ରଖନ୍ତୁ ।

ତୁଳା – ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଯୋଗ୍ୟତା ବୃଦ୍ଧି ହେବ ଏବଂ କ୍ୟାରିୟର ସମ୍ବନ୍ଧରେ ନୂତନ ଆଶା ସୃଷ୍ଟି ହେବ । ଯଦି ଆପଣ ଏକ ନୂତନ ଚାକିରି ପାଇଁ ଆବେଦନ କରିଛନ୍ତି, ତେବେ ଆପଣ ସେଠାରୁ ଭଲ ଖବର ଶୁଣିବାକୁ ପାଇବେ ।

ବିଛା – ମନ ସାଧାରଣତଃ ଅଶାନ୍ତ ରହିବ । ଅପରାହ୍ନରେ ଅଙ୍ଗରେ ଯନ୍ତ୍ରଣା ବଢିପାରେ । ପରିବାରରେ କିଛି ପ୍ରସଙ୍ଗରେ ସାମାନ୍ୟ ମତଭେଦ ହେବ, କିନ୍ତୁ ଏହା ଠିକ ସମୟରେ ସମାଧାନ ହେବ ।ଆର୍ଥିକ ର୍କ୍ଷେତ୍ରରେ ଲାଭ ହେବ ।

ଧନୁ – ମାନସିକ ସ୍ଥିତି ଠିକ୍ ରହିବ । ସମୟର ଅଧିକ ଅପବ୍ୟବହାର ହେବ କିନ୍ତୁ ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ । ପିଲାମାନଙ୍କଠାରୁ କିଛି ବିଷୟରେ ଖୁସି ହେବ । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀ ମାନେ ଯଥେଷ୍ଟ ଲାଭବାନ ହେବେ ।

ମକର – ଆସନ୍ତାକାଲି ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଜୀବନ ସାଥୀ ପ୍ରତି ଆକର୍ଷଣର ଭାବନା ବୃଦ୍ଧି ପାଇବ ଏବଂ ସେମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ବ୍ୟବସାୟରେ ଆୟର ପରିମାଣ କାମ ରହିବ । ବିଦ୍ୟାର୍ଥୀ ମାନେ ଅମନଯୋଗି ହେବେ ।

କୁମ୍ଭ – ଆୟ ବହୁ କଷ୍ଟ ରେ ଉପାର୍ଜନ ହେବ। ଅନେକ ନୂତନ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବ ଏବଂ ଆପଣ ମଧ୍ୟ ସେମାନଙ୍କ ଉପରେ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ । ନୂତନ କର୍ମସଂସ୍ଥାନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି ।

ମୀନ – ଆସନ୍ତାକାଲି ଅଧିକ ପରିଶ୍ରମ ଯୋଗୁଁ ଦେହ କଷ୍ଟ ହେବ । ପିଲାମାନଙ୍କ ପାଇଁ ଦିନଟି ବହୁତ ଭଲ ଏବଂ ସେମାନଙ୍କ ପାଇଁ କିଛି ନୂଆ କରିବାର କଳ୍ପନା ମଧ୍ୟ ମନକୁ ଆସିବ । ଘରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚାରିପାଖରେ ଶାନ୍ତି ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *