ରାଶିଫଳ

ଆଜି କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ରାଶିଫଳ…

Spread the love

ମେଷ-ଅଶ୍ୱନୀ- ସ୍ବାସ୍ଥ୍ୟରେ ଉନ୍ନତି ଘଟିବ । ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିପାରନ୍ତି । ଦ୍ୱିଜା- ସଭାସମିତିର ଆଲୋଚନା ମଧ୍ୟରେ କୌଣସି ହସ୍ତକ୍ଷେପକୁ କେନ୍ଦ୍ରକରି ସାମାନ୍ୟ ସମସ୍ୟା ଲାଗିପାରେ । ଛାତ୍ରଛାତ୍ରୀ ଗୁରୁଜନମାନଙ୍କ ପରାମର୍ଶ ଗ୍ରହଣ କରନ୍ତୁ । କୃତିକା- ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ୱାକ୍ଷରିତ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ।

ପ୍ରତିକାର- ମିଠା କିମ୍ବା ମିଠା ଦହି ଖାଇ ଘରୁ ବାହରନ୍ତୁ 

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ବୃଷ-କୃତିକା- ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ ।  ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ସମୟ ଏପରି ହେବ ଯେ ଦୁଇ ପଇସା ଜାଗାରେ ଛ ପଇସା ଖର୍ଚ୍ଚ କରିବାକୁ ପଡିବ । ରୋହିଣୀ– କୌଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାଯ୍ୟ କରିବେ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ସତ୍‌ସଙ୍ଗ ଓ ଦେବତା ଦର୍ଶନରେ ମନ ନିବେଶ କରିବେ । ମୃଗଶିରା– ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ । ମନସ୍ଥାପରେ ସମୟ କଟାଇବେ ଓ ବିରକ୍ତି ଭାବ ପ୍ରକାଶ କରିବେ ।

ପ୍ରତିକାର– ମା’ କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମିଥୁନ-ମୃଗଶିରା- କର୍ମକ୍ଷେତ୍ରରେ ସହକର୍ମୀ ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି । ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି । ବନ୍ଧୁ୍‌ମାନଙ୍କ ସହିତ ସିନେମା ଦେଖି ଯାଇପାରନ୍ତି । ଆଦ୍ରା- ରାଜନୀତିରେ ବ୍ୟସ୍ତତା ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହେବେ । ପିଲାମାନଙ୍କ ପଢ଼ା ସମସ୍ୟା ଦୂରେଇ ଯିବ । ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଇ କୃତକାର୍ଯ୍ୟ ହେବେ । ପୁନର୍ବସୁ- ଯାନବାହନରେ ସତର୍କ ରୁହନ୍ତ, ଅନ୍ୟଥା ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ମହିଳାମାନେ ଘର କାମରେ ଅଧିକ ବ୍ୟସ୍ତ ରହିପାରନ୍ତି । 

ପ୍ରତିକାର – ଦର୍ତ୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

କର୍କଟ-ପୁନର୍ବସୁ-  ଖୁସି ଖବର ଶୁଣି ମନ ପ୍ରଫୁଲ୍ଲିତ ରହିବ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ ।  ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ । ପୁଷ୍ୟା– ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଅନେକଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସାମୂଳକ ମନଭାବ ପୋଷଣ କରିବେ । ଅଶ୍ଳେଷା- ଆମଦାନି ବଢଇବାର ନୂଆ  ଯୋଜନ ମୁଣ୍ଡକୁ ଆସିପାରେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ ।  

ପ୍ରତିକାର– ମା’ ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ସିଂହ-ମଘା- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ । ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିପାରନ୍ତି । ପୂ,ଫାଲଗୁନି- କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହୋଇଯିବେ । ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ଉ,ଫାଲଗୁନି- ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି । ମନ ଭଲ ନ ଥିବାରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ପୁରୁଣା ରୋଗର ପୀଡ଼ା ଅନୁଭବ ହୋଇପାରେ । 

ପ୍ରତିକାର– ଚଉଳା ମୂଳେ ଜଳ ଅର୍ପଣ କରନ୍ତୁ 

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧

କନ୍ୟା-ଉ, ଫାଲଗୁନୀ –  ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ ।  ସ୍ଥଗିତ କାମ ବନ୍ଧୁ ସାହାଯ୍ୟରେ ପୁରା କରିବେ ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । ହସ୍ତା– ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକୁ ପରିବର୍ତ୍ତନ କରିପାରନ୍ତି । ଚିତ୍ରା– ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନହେଲେ ଅସୁବିଧାରେ ପଡିପାରନ୍ତି ।  ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଭଲ ସମୟ ଆସିପାରେ । 

ପ୍ରତିକାର- ଶ୍ରୀବିଷ୍ଣୁଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ତୁଳା-ଚିତ୍ରା- ସହକର୍ମୀଙ୍କ ସହାୟତାରୁ ସରକାରୀ କ୍ଷେତ୍ରରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ବନ୍ଧୁଙ୍କଠାରୁ ହଠାତ୍ କୌଣସି ଖବର ପାଇ ଖୁସି ହେବେ। ଅଫିସ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସ୍ୱାତୀ- ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସଭାସମିତି ଓ ସାହିତ୍ୟ, ସାମ୍ବାଦିକତାରୁ ପ୍ରଶଂସିତ ହେବେ । ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ଥ ହେବେ । ବିଶାଖା- ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ । ନିଜର ମନ ମୁତାବକ ଜମିକିଣି ସେଥିରେ ଗୃହ ନିର୍ମାଣ କରିବେ ।

ପ୍ରତିକାର– ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ବିଛା-ବିଶାଖା– ବ୍ୟବସାୟ ବିଷୟରେ ଭଲ କଥା କହିବେ ।  ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ,  ବାଣିଜ୍ୟରେ ଲାଭ ମିଳିବ । ସ୍ୱାସ୍ଥ୍ୟ ସାଧାରଣତଃ ଉତମ ରହିବ । ଅନୁରାଧା– କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ଥିରୀକୃତ ହେବ । ଜ୍ୟେଷ୍ଠା– ପୈତୃକ ସମ୍ପତ୍ତିକୁ ନେଇ ଦୁଇ ଜଣଙ୍କ ବିବାଦରେ  ତୃତିୟ ବ୍ୟକ୍ତି ଲାଭବାନ୍ ହେବ । ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ । ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । 

ପ୍ରତିକାର– ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଧନୁ-ମୂଳା- ମନର କଥା ବନ୍ଧୁଙ୍କ ଆଗରେ ପ୍ରକାଶ କରନ୍ତୁ । ଯୁବକ, ଯୁବତୀମାନଙ୍କ ପାଇଁ ବିବାହର ସୁଯୋଗ ଆସିବ । କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ ।  ପୂ,ଷାଢା- କଳା, ସାହିତ୍ୟ,ସାମ୍ବାଦିକତା ଆଇନ କ୍ଷେତ୍ରରୁ ସୁଫଳ ପାଇବେ । କୌଣସି ବ୍ୟକ୍ତି ନିକଟରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ପାଇବେ । ରାଜନୀତିରେ ଆଗଧାଡିର ନେତା ହେବେ । ଉ,ଷାଢା- ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ । ବିରୋଧୀଙ୍କ ମୁକାବଲା କରିବା ପାଇଁ ଚେଷ୍ଟା କରିବେ । 

ପ୍ରତିକାର– ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ମକର-ଉ, ଷାଢା-  ପାରିବାରିକ ଜୀବନରେ ପ୍ରଣୟ ଭଙ୍ଗର ସୂଚନା ମିଳିବ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ ।  ନିଜର ଦୋଷ ତୃଟି ସ୍ୱକାର କରିବେ । ଶ୍ରବଣା– ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । ଛାତ୍ରଛାତ୍ରୀଙ୍କ ଲେଖାପଢାରେ ବାଧା ଦୂର ହେବ । ମାନ ମର୍ଯ୍ୟାଦାରେ ଅଭିବୃଦ୍ଧି ଘଟିବ । ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି । ମହିଳାମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ । ଧନିଷ୍ଠା – ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢିପାରେ ।  ମହିଳାମାନେ ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ । ପରିଶ୍ରମ କରିଲେ ବଳକା କାମ ପୂରା ହେବ ।

ପ୍ରତିକାର– ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କୁମ୍ଭ-ଧନିଷ୍ଠା- ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ  । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ଶତଭିଷା- ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନସନ ଲାଗିରହିବ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ । ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । ପୂ,ଭାଦ୍ରପଦ- କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ । ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ୱନାର କାରଣ ହେବ । କୌଣସି ଆନୁଷ୍ଠାନିକ କାମ କିମ୍ବା ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି ।

ପ୍ରତିକାର– ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

ମୀନ-ପୂ, ଭାଦ୍ରପଦ- ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଚାକିରି କ୍ଷେତ୍ରରେ ମନସ୍କାମନା ପୂରଣ ହେବ । କର୍ମ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ । ବିରୋଧୀମାନଙ୍କ ସହ ଦୃଢ ମୁକାବିଲା କରିବେ । ଉ , ଭଦ୍ରପଦ-  ଧର୍ମ ପୁସ୍ତକ ପଢିବାରେ ଆଗ୍ରହ ବଢି । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ । ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ । ରେବତୀ– ଅଫିସରେ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯୟ ମିଳିବ ।  ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି । ଖୋଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ । 

ପ୍ରତିକାର– ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

Leave a Reply

Your email address will not be published. Required fields are marked *