ଦେଶ ବିଦେଶ

ନ୍ୟୁୟର୍କ ଯାଉଥିବା ବିମାନରେ ନିଆଁ

Spread the love

ଅଳ୍ପକେ ଟଳିଲା ଆଉ ଏକ ବିମାନ ଦୁର୍ଘଟଣା । ଟେକ୍ଅଫ୍ ପୂର୍ବରୁ ବିମାନ ଇଂଜିନରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ କ୍ରୁ ସଦସ୍ୟ । ଫଳରେ ଅନେକ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା । ହ୍ୟୁଷ୍ଟନରୁ ନ୍ୟୁୟର୍କ ଯାଉଥିବା ୟୁନାଇଟେଡ୍ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଇଂଜିନରେ ନିଆଁ ଲାଗିଯାଇଛି ।ଏୟାରଲାଇନ୍ସ କହିବା ମୁତାବକ, ଇଂଜିନରେ କୌଣସି ପ୍ରକାରର ତ୍ରୁଟି ଦେଖାଦେଇଥିଲା । ଏଥିପାଇଁ ଟେକଅଫ ବେଳେ ନିଆଁ ଲାଗିଥିବା ଜାଣି ଉଡ଼ାଣକୁ ରଦ୍ଦ କରିଦିଆଯାଇଥିଲା । ଯାତ୍ରୀଙ୍କୁ ରନୱେରେ ହିଁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହାପରେ ସେମାନଙ୍କୁ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ନିଆଯାଇଥିଲା । ବିମାନରେ ୧୦୪ ଜଣ ଯାତ୍ରୀ ରହିଥିଲେ ।

Leave a Reply

Your email address will not be published. Required fields are marked *