ଦେଶ ବିଦେଶ

ଚେନ୍ନାଇ ମରିନା ବେଳାଭୂମିରେ ଭାରତୀୟ ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ସୋ’ରେ ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ କାରଣରୁ ୪ ଜଣଙ୍କର ମୃତ୍ୟୁ

Spread the love

ଚେନ୍ନାଇ ମରିନା ବେଳାଭୂମିରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ଆୟୋଜିତ ଏୟାର ସୋ’ରେ ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ କାରଣରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ବାୟୁସେନା ଦିବସ ପାଳନ ଅବସରରେ ଏହି ଅଘଟଣ ଘଟିଛି। ପ୍ରାୟ ୧୨ ଲକ୍ଷ ଲୋକଙ୍କ ସମାଗମ ଭିତରେ ୨ ଶହରୁ ଅଧିକ ଦର୍ଶକ ଅଚେତ ହୋଇଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ଚିକିତ୍ସା ଜାରି ରହିଛି।ମୃତକଙ୍କ ମଧ୍ୟରୁ ଜଣେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତି ସୁଦ୍ଧା ୯୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *