ଦେଶ ବିଦେଶ

ପାକିସ୍ତାନର କରାଚି ବିମାନ ବନ୍ଦର ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ

Spread the love

ପାକିସ୍ତାନର କରାଚି ବିମାନ ବନ୍ଦର ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଯାଇଛି।  ରବିବାର ବିଳମ୍ବିତ ରାତିରେ କରାଚି ଜିନ୍ନା ବିମାନ ବନ୍ଦର ନିକଟରେ ଏହି ବିସ୍ଫୋରଣ ଘଟିଛି ବୋଲି ସୂଚନା ରହିଛି।ବିମାନ ବନ୍ଦର ଟର୍ମିନାଲ ବାହାରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗି ଏଭଳି ବିସ୍ଫୋରଣ ହୋଇଥିବା କୁହାଯାଉଛି।ଏହି ବିସ୍ଫୋରଣରେ ୩ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।  ପ୍ରଚଣ୍ଡ ଶବ୍ଦରେ ପୂରା ଅଞ୍ଚଳ ଥରି ଉଠିଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଆସନ୍ତା ୧୫ ତାରିଖରୁ ପାକିସ୍ତାନରେ ଏସସିଓ ସମ୍ମିଳନୀ ବସିବାକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ପଛରେ ଆତଙ୍କୀ ସଂଗଠନର ହାତ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ ବିମାନ ବନ୍ଦର ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷାକୁ କଡାକଡି କରିଦିଆଯାଇଛି। କିପରି ଓ କେମିତି ଏହି ବିସ୍ଫୋରଣ ଘଟିଲା ଏହା ଉପରେ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *