ଦେଶ ବିଦେଶପାଣିପାଗ

ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା

Spread the love

ରାଜଧାନୀ ଦିଲ୍ଳୀ ଓ ତାହାର ଆଖପାଖ ଅଞ୍ଚଳରେ ଗତକାଲି ଦିନ ସାରା ବର୍ଷା ହୋଇଛି।ତେବେ ଗତାକାଲିଠାରୁ ବର୍ଷାର ତୀବ୍ରତା ହ୍ରାସ ପାଇଛି| ପ୍ରବଳ ବର୍ଷା ପାଣି ଜମିବା ହେତୁ ଦିଲ୍ଲୀର ରାସ୍ତାଘାଟ ପୂରା ପାଣିରେ ବୁଡ଼ି ରହିଛି। ଏହି କାରଣରୁ ମୁଖ୍ୟତଃ ସ୍କୁଲ୍‌, କଲେଜ୍‌ ଓ ଅଫିସ୍‌ ଯିବା ପାଇଁ ଯାତ୍ରୀମ‌ାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।ଲଗାତର ବର୍ଷା ହେବା କାରଣରୁ ଦିଲ୍ଳୀ ତାପମାତ୍ରା ବି ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ତାତିରୁ ଦିଲ୍ଲୀ ବାସୀଙ୍କୁ ତ୍ର‌|ହି ମିଳିଛି ସତ, ହେଲେ ବର୍ଷା କାରଣରୁ ସେମାନେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ଲଗାତାର ବର୍ଷା କାରଣରୁ ଦିଲ୍ଲୀବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ପାଣି ଜମି ରହିଛି ତ କେଉଁଠି ପାଣି ହେତୁ ପନିପରିବା ଓ ଫଳମୂଳ ପଚିସଢ଼ି ଯିବାରୁ ଆର୍ଥିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି।

ପାଣିପାଗ ବିଭାଗ ଦେଇଥିଲେ ତଥ୍ୟ ଅନୁଯାୟୀ, ଆଜି ଅର୍ଥାତ ସେପ୍ଟେମ୍ବର ୧୯ ତାରିଖରେ ବର୍ଷା ହ୍ରାସ ପାଇବ ଓ ତାପମାତ୍ର ବଢ଼ିବାର ସମ୍ଭାବନା ରହିଛି। ଆଜି ଦିଲ୍ଲୀରେ ହାଲୁକା ବର୍ଷର ହେବ ବୋଲି ପୂର୍ବାନୁମାନ ହୋଇଛି। ଏହା ପରେ ପୂରା ସପ୍ତାହ ଯାକ ଲୋକଙ୍କୁ ବର୍ଷାରୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *