ଦେଶ ବିଦେଶ

ପାକିସ୍ତାନୀ ସେନା କବଜା ରେ BSF ଯବାନ

Spread the love

୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହଙ୍କୁ ବୁଧବାର (୨୩ ଏପ୍ରିଲ୍, ୨୦୨୫) ଭୁଲରେ ଫିରୋଜପୁର ସୀମା ପାର୍‌ ବେଳେ ପାକିସ୍ତାନ ରେଞ୍ଜର୍ସ ହେପାଜତକୁ ନେଇଥିଲେ ।

ପାକିସ୍ତାନ କବ୍‌ଜାରେ ସୀମା ସୁରକ୍ଷା ବାହିନୀ (BSF) ଯବାନ । ଭୁଲବଶତଃ ପଞ୍ଜାବ ସୀମା ପାର୍ କରିବା ପରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସ ଅଟକ ରଖିଛନ୍ତି । ଗତକାଲି ଡ୍ୟୁଟିରେ ଥିବାବେଳେ ଭୁଲ୍‌ରେ ସୀମା ଅତିକ୍ରମ କରିଥିଲେ । ପଞ୍ଜାବ ଫିରୋଜପୁରରେ କାର୍ଯ୍ୟରତ ଥାଇ ସୀମା ପାର୍ ବେଳେ ପାକିସ୍ତାନ ରେଞ୍ଜର୍ସ ଅଟକ ରଖିଛନ୍ତି । ତେବେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ସୈନିକଙ୍କ ମୁକ୍ତି ପାଇଁ ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ଚାଲିଛି । ସେ କହିଛନ୍ତି ଯେ ୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହଙ୍କୁ ବୁଧବାର (୨୩ ଏପ୍ରିଲ୍, ୨୦୨୫) ଭୁଲରେ ଫିରୋଜପୁର ସୀମା ପାର୍‌ ବେଳେ ପାକିସ୍ତାନ ରେଞ୍ଜର୍ସ ହେପାଜତକୁ ନେଇଥିଲେ ।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ସୈନିକ ଜଣକ ୟୁନିଫର୍ମ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ଏକ ସର୍ଭିସ୍ ରାଇଫଲ୍ ମଧ୍ୟ ଥିଲା। ସେ କହିଛନ୍ତି ଯେ ବିଏସଏଫ ଯବାନ ଚାଷୀଙ୍କ ସହିତ ଥିଲେ ଏବଂ ସେ ଛାଇରେ ବିଶ୍ରାମ ନେବାକୁ ଆଗକୁ ଯାଇଥିଲେ । କିନ୍ତୁ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ଅଟକ ରଖିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ବିଏସଏଫ ଯବାନଙ୍କ ମୁକ୍ତି ପାଇଁ ଉଭୟ ଦେଶର ସେନା ମଧ୍ୟରେ ବୈଠକ ଜାରି ରହିଛି । ତେବେ ଏପରି ଘଟଣା ଅସାଧାରଣ ନୁହେଁ ଏବଂ ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ଏପରି ଘଟଣା ଘଟିଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

ସେପଟେ ପାକିସ୍ତାନ ବିରୋଧରେ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ କରିଛି ଭାରତ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି, ଆସନ୍ତା ୨୭ ତାରିଖ ପରେ ଏହି ଭିସା ରଦ୍ଦ ହୋଇଯିବ । ସେହିପରି ମେଡିକାଲ୍‌ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ । ତେଣୁ ଭିସା ଅବଧି ଶେଷ ପୂର୍ବରୁ ଫେରିଯିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ଭାରତ । ଯେଉଁ ପାକିସ୍ତାନୀ ଭାରତରେ ଅଛନ୍ତି ୭୨ ଘଣ୍ଟାରେ ଦେଶ ଛାଡ଼ନ୍ତୁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ସେପଟେ ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଗସ୍ତ ନ କରିବାକୁ ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *