ଝିଅ IAS ପାଇଲା ପରେ ବାପାଙ୍କ ଛାତି କୁଣ୍ଢେମୋଟ । ସିଭିଲ୍ ସର୍ଭିସ ପରୀକ୍ଷାରେ ବାପାଙ୍କୁ ଟପିଗଲା ଝିଅ । ଝିଅ ରିତିକା ହେଲେ ଓଡ଼ିଶା ଟପ୍ପର । ବାପା କହିଲେ, ଝିଅ ସବୁବେଳେ ହାର୍ଟରେ…..
ଅ ପାଇଁ ଭାବବିହ୍ୱଳ ହେଲେ ବାପା ଶିଶିର ରଥ । ଝିଅ ରିତିକା ରଥ UPSC ସିଭିଲ୍ ସର୍ଭିସ ପରୀକ୍ଷାରେ ୪୮ତମ ସ୍ଥାନ ପାଇବା ସହ ଓଡ଼ିଶାର ଟପ୍ପର ହେବା ପରେ ବାପା କହିଲେ, ମୋ ଝିଅକୁ ମୁଁ ବହୁତ ଭଲପାଏ । ଝିଅମାନେ ବାପାଙ୍କର ବହୁତ କ୍ଲୋଜ୍ । ଝିଅମାନେ ସବୁବେଳେ ବାପାଙ୍କ ହାର୍ଟରେ ରହିଥାଆନ୍ତି । ଏମିତି କହି ଝିଅକୁ ସେ କେତେ ଭଲ ପାଆନ୍ତି, ତାହା ଭାଷାରେ ପ୍ରକାଶ କରିଛନ୍ତି ।
୧୯୮୭ ମସିହାରେ ବାପା ଶିଶିର ରଥ UPSC ସିଭିଲ ସର୍ଭିସ୍ ପରାକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ତେବେ ତାଙ୍କ ରାଙ୍କ ଯାହା ଥିଲା, ସେଥିରେ ସେ IAS ହୋଇପାରିନଥିଲେ । ସେ IFS ବା ଇଣ୍ଡିଆନ ଫରେଷ୍ଟ ସର୍ଭିସରେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାମ କରିଛନ୍ତି । କିନ୍ତୁ ସେତେବେଳେ ସେ IAS ହେବା ପାଇଁ ଦେଖିଥିବା ସ୍ୱପ୍ନ ତାଙ୍କ ଝିଅ ରିତିକା ପୂରଣ କରିଛନ୍ତି । ଚେନ୍ନାଇରେ ଏବେ CAT ( Central Administrative Tribunal ) ସଦସ୍ୟ ଥିବା ଶିଶିର ରଥ ଝିଅର ଏହି ସଫଳତାରେ ବହୁତ ଖୁସି ।
ସେ କହିଛନ୍ତି, ରିତିକା ଇନ୍ଦୋରସ୍ଥିତ IIM ରୁ ଏମବିଏ ପାସ୍ କରିଛନ୍ତି । କିନ୍ତୁ କର୍ପୋରେଟ୍ ସେକ୍ଟରରେ କାମ ନକରି ସିଭିଲ୍ ସର୍ଭିସ ପାଇଁ ମନ ବଳାଇଥିଲା । ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ସେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେବା ଠିକ୍ ହେବ କି ଭୁଲ୍ ହେବ, ଏ ନେଇ ଦ୍ୱନ୍ଦ୍ୱରେ ଥିଲେ ନିଜେ IFS ବାପା । କିନ୍ତୁ ଝିଅର ପ୍ରବଳ ଇଛା ଦେଖି ଝିଅକୁ ଏ କ୍ଷେତ୍ରରେ ସାହାଯ୍ୟ କରିଥିଲେ ବାପା ଶିଶିର ରଥ । ତୃତୀୟ ପ୍ରୟାସରେ ସଫଳ ହୋଇଛି ଝିଅ । ବାପା IFS ହୋଇଥିଲେ, କିନ୍ତୁ ରାଙ୍କ ଅନୁସାରେ ଝିଅ IAS ଅଫିସର ହିଁ ହେବେ । ତାଙ୍କୁ ଓଡ଼ିଶା କ୍ୟାଡର ବି ମିଳିଯିବ ।