ଶିକ୍ଷାodisha

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

Spread the love

ଜୟପୁର : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରେ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ । ପ୍ରତିଷ୍ଠାନ ଆଗରେ ହୋ ହାଲ୍ଲା ପାଟି ତୁଣ୍ଡରେ କମ୍ପି ଉଠୁଚି ପୁରା ପରିବେଶ । ପ୍ରଶିକ୍ଷିକାଙ୍କ ନିର୍ଯାତନାକୁ ନେଇ ତେଜିଛି ଏହି ଆନ୍ଦୋଳନ । ପ୍ରତିଷ୍ଠାନର ପ୍ରଶିକ୍ଷିକା ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯ୍ୟାତନା ସହ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି । ଯଦି କେହି ଛାତ୍ର ଛାତ୍ରୀ ପ୍ରତିବାଦ କଲେ ପ୍ରଶିକ୍ଷିକା ସେମାନଙ୍କୁ ଧମକ ଦେଉଛନ୍ତି । ସେଥିପାଇଁ ଛାତ୍ର ଛାତ୍ରୀ ମାନେ ନ୍ୟାୟ ପାଇଁ ଆନ୍ଦୋଳନ ମୁହାଁ ହେଉଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କାମରେ ଲଗେଇବା ଏବଂ ରାତି ଅଧରେ ଛାତ୍ର ଛାତ୍ରୀ ମାନଙ୍କୁ ସୋସିଆଲ ଗ୍ରୁପ ମେସେଜ କରାଯାଉଛି । ଏଭଳି ଯଦି ଛାତ୍ର ଛାତ୍ରୀ ଅଭିଯୋଗ କରୁଛନ୍ତି | ତେବେ କ୍ଲାସରେ ସବୁ ପିଲାଙ୍କ ଆଗରେ ଅପମାନ କରୁଛନ୍ତି ପ୍ରଶିକ୍ଷିକା । ଏପରିକି ଉଦେଶ୍ୟ ମୂଳକ ଭାବେ କିଛି କାମ ବାରମ୍ବାର କରେଇବା ଭଳି ଅନେକ ଗୁରୁତ୍ୱପୂର୍ଣ ଅଭିଯୋଗ ଆଣିଛନ୍ତି ପ୍ରଶିକ୍ଷଣ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ l ପ୍ରତିବାଦ କଲେ ପରୀକ୍ଷାରେ ହଇରାଣ କରିବେ ବୋଲି ଧମକ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଚି ଏବଂ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଚାପ ପକାଉଛନ୍ତି ପ୍ରଶିକ୍ଷଣ ।

ପ୍ରତିଷ୍ଠାନର ଅଧକ୍ଷକୁ ଅଭିଯୋଗ ପରେ ମଧ୍ୟ କୌଣସି ସମସ୍ୟାର ସମାଧାନ ମିଳୁନଥିବାରୁ ଛାତ୍ର ଛାତ୍ରୀ ମାନେ ବାରମ୍ବାର ଅସନ୍ତୋଷ ଭାବ ପ୍ରକାଶ କରି ପ୍ରତିଷ୍ଠାନ ଗେଟ ଆଗରେ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବାରମ୍ବlର ବୁଝାଇବା ସହ ପ୍ରଶିକ୍ଷିକାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ପ୍ରତିଶୁତି ପରେ ଧାରଣାରୁ ଓହରିଲେ ଛାତ୍ର ଛାତ୍ରୀ l ଏହା ଉପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଆଲୋଚନା କରାଯିବ ବୋଲି କହିଛନ୍ତି

 

Leave a Reply

Your email address will not be published. Required fields are marked *