ଆଜି ପ୍ରକାଶ ପାଇବ ପ୍ଲସ୍ ଟୁ ରେଜଲ୍ଟ
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSEର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟର ରେଜଲ୍ଟ ପ୍ରକାଶ ପାଇବ। ଏକାସଙ୍ଗେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ବାହାରିବ।
ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬ହଜାର ଓ ବାଣିଜ୍ୟରେ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା।
ଅନ୍ୟପକ୍ଷରେ ବଢିଛି ଯୁକ୍ତ ୩ ନାମଲେଖା ଆବେଦନ ଅବଧି। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ। ପୂର୍ବ ବିଜ୍ଞପ୍ତି ଅନୁସାରେ ନାମଲେଖା ଆବେଦନ ଗତକାଲି ଶେଷ ହେଉଥିଲା। ତେବେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ବଢିଥିଲା ଅସନ୍ତୋଷ। ଏଥିସହିତ ନାମଲେଖା ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଦାବି ହୋଇଥିଲା। ଶେଷରେ ଏହାକୁ ଜୁନ୍ ୧ ଯାଏଁ ବଢ଼ାଯାଇଛି। ତେବେ ଯେଉଁମାନେ କମନ୍ ଆପ୍ଳିକେସନ ଫର୍ମ ବା CAFରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସିଲେକ୍ସନ ଡେଟ୍ ଲାଇନ ପରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

