ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ
ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ। ଏନେଇ ଏକ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଗ୍ରାଜୁଏସନ୍ କରିଥିରେ ସୁବର୍ଣ୍ଣ ସୁଯୋଗ; ହାଇକୋର୍ଟରେ ଚାକିରି; ଦରମା ୬୯ ହଜାର| ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଓଡ଼ିଶାରେ ଚାକିରି କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତୁ ତେବେ ଏହି ସୁଯୋଗ ଆପଣଙ୍କ ପାଇଁ।ଏହି ସୁଯୋଗ ନେଇଆସିଛି ଓଡ଼ିଶା ହାଇକୋର୍ଟ। ଏନେଇ ଏକ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଏହି ନିଯୁକ୍ତି ମାଧ୍ୟମରେ ଓଡ଼ିଶା ହାଇକୋର୍ଟରେ ଟ୍ରାନ୍ସଲେଟର୍, ଜୁନିୟର୍ ଟାଇପିଷ୍ଟ୍ ଓ ଡିଇଓ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୪ ପଦବୀ ପୂରଣ ହେବ।
