ଶ୍ରୀନଗରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅବତରଣ
ଦିଲ୍ଲୀ : ଆମେ ସମସ୍ତେ ପ୍ରାୟତଃ ଟ୍ରେନ ଯାତ୍ରା କରୁଥିବା ସମୟରେ ଶୁଣିଥାଉ ଯେ ଜଣେ ଯାତ୍ରୀ ଭୁଲରେ ଭୁଲ ଷ୍ଟେସନରେ ଓହ୍ଲାଇ ପଡ଼ିଛନ୍ତି। କିନ୍ତୁ ଆପଣ ଟିକିଏ କଳ୍ପନା କରନ୍ତୁ ଯଦି ଏହି ଭୁଲ କୌଣସି ଏୟାରଲାଇନ୍ସରେ ହୁଏ ! ତାହେଲେ କଣ ହେବ … ହଁ ଆଜ୍ଞା ଏଭଳି ସମାନ ଘଟଣା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ହୋଇଛି ।
ଯେଉଁଠାରେ ଜଣେ ଯାତ୍ରୀ ଭୁଲବଶତଃ ଦିଲ୍ଲୀରୁ ବାଗଡୋଗ୍ରା ଯିବା ପରିବର୍ତ୍ତେ ଭୁବନେଶ୍ୱର ଯିବା ପାଇଁ ଏକ ବିମାନରେ ଚଢ଼ିଥିଲେ । ଏୟାରଲାଇନ୍ସ ଏହି ଭୁଲର ତଦନ୍ତ କରୁଛି । ଶ୍ରୀନଗରରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ (AIX) ର ଏକ ବିମାନ ଜୁଲାଇ ୩୦ରେ ଭୁବନେଶ୍ୱରରେ ଅବତରଣ କରିଥିଲା ।
ତେବେ ଆସନ୍ତୁ ନଜର ପକାଇବା ସମ୍ପୁର୍ଣ୍ଣ ଘଟଣା ଉପରେ ..ସୂଚନା ଅନୁସାରେ ଯାତ୍ରୀ ଜଣକ ଶ୍ରୀନଗରରୁ ଦିଲ୍ଲୀ ପାଇଁ ଏକ ବିମାନ ଯାତ୍ରା କରିଥିଲେ । ତାଙ୍କୁ ଦିଲ୍ଲୀରେ ଅବତରଣ କରି ବାଗଡୋଗ୍ରା ପାଇଁ ଏକ ବିମାନ ଯାତ୍ରା କରିବାର ଥିଲା । କିନ୍ତୁ ଦିଲ୍ଲୀରେ ଅବତରଣ କରିବା ପରିବର୍ତ୍ତେ ସେ ବିମାନ ଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଥିଲେ ।
ତେବେ ସୂଚନାନୁସାରେ ଯେ ଯାତ୍ରୀ ନିଜେ କ୍ରୁଙ୍କୁ ସଦସ୍ୟଙ୍କୁ ଏହି ବିଷୟରେ କହିବା ପରେ ଏୟାରଲାଇନ୍ସ ଘଟଣା ବିଷୟରେ ଜାଣିପାରି ଥିଲେ । ଏଥିରୁ ଜଣାପଡ଼ିଲା ଯେ ବୋର୍ଡିଂ ପାସ୍ ଯାଞ୍ଚ ଏବଂ ଲଗେଜ୍ ପଠାଇବା ପ୍ରକ୍ରିୟା ଠିକ୍ ଭାବରେ କରାଯାଇ ନଥିଲା ।
ସୂଚନା ଅନୁସାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଅବତରଣ କରିବା ସମୟରେ ଯୁବକ ଯାତ୍ରୀ ଜଣକ ବୋଧହୁଏ ଶୋଇ ପଡ଼ିଥିଲେ । ଯେକୌଣସି ବିମାନ ତା’ର ଗନ୍ତବ୍ୟସ୍ଥଳରେ ଅବତରଣ କରିବା ପୂର୍ବରୁ ବାରମ୍ବାର ଘୋଷଣା କରାଯାଇଥାଏ ।
ବିମାନ ଚାଳକଙ୍କ ଲଗେଜ ଦିଲ୍ଲୀରେ ପୂର୍ବରୁ ଖାଲି କରାଯାଇଥିଲା । ସେ ଭୁଲ ସ୍ୱୀକାର କରିଥିଲେ ଏବଂ ଏଥିପାଇଁ କ୍ରୁଙ୍କୁ କ୍ଷମା ମାଗିଥିଲେ । AIX ତାଙ୍କୁ ଦିଲ୍ଲୀ ଫେରାଇ ଆଣିଥିଲା । ସେ ରାତି ପ୍ରାୟ ୮ଟା ସମୟରେ ଟାରେ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ତା’ପରେ ଆମେ ତାଙ୍କୁ ପୁଣି ଥରେ ବାଗଡୋଗ୍ରା ବିମାନବନ୍ଦରକୁ ଏକ ବିମାନରେ ବସାଇଥିବା ବିମାନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ତ୍ରୁଟି ପାଇଁ ବିମାନ କମ୍ପାନୀ ପକ୍ଷରୁ ଏକ ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ କରାଯାଉଛି।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହାର ବିବୃତ୍ତିରେ କହିଛି ଯେ ଏହା ଏହି ତ୍ରୁଟିର ଆଭ୍ୟନ୍ତରୀଣ ତଦନ୍ତ କରୁଛି । ଏହା ଏହାର SOP ଏବଂ ସୁରକ୍ଷା ପ୍ରକ୍ରିୟାଗୁଡ଼ିକର ମଧ୍ୟ ସମୀକ୍ଷା କରୁଛି ଯାହା ଦ୍ଵାରା ଭବିଷ୍ୟତରେ ଏପରି ଘଟଣା ନ ଘଟେ ।
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏବଂ BCAS କୁ ଘଟଣା ବିଷୟରେ ଜଣାଇ ଦେଇଥିଲା । ଯେହେତୁ ଏହା ଏକ ସୁରକ୍ଷା ତ୍ରୁଟି, BCAS ଏହାର ତଦନ୍ତ କରିବ ।

