ଦେଶ ବିଦେଶ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

Spread the love

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ବିଚାରପତି ଜନ୍‌ ରବର୍ଟସ୍‌ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ। ଟ୍ରମ୍ପଙ୍କ ଶପଥ ପରେ ସରିବ କି ରୁଷ-ୟୁକ୍ରେନ୍ ଯୁଦ୍ଧ ତା ଉପରେ ସାରା ବିଶ୍ବର ନଜର ରହିଛି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ନିର୍ବାଚିତ ହେବା ପରେ ଯୁଦ୍ଧ ଶେଷ ହେବ ବୋଲି କହିଥିଲେ । ବର୍ତ୍ତମାନ ଦେଖାଦେଇଥିବା ବୈଶ୍ବିକ ସଙ୍କଟ ନେଇ ଟ୍ରମ୍ପ କହିଛନ୍ତି, ସେ ୟୁକ୍ରେନରେ ଯୁଦ୍ଧ ଶେଷ କରିବେ । ମଧ୍ୟପ୍ରାଚ୍ୟରେ ବିଶୃଙ୍ଖଳା ବନ୍ଦ କରିବା ସହ ତୃତୀୟ ବିଶ୍ୱଯୁଦ୍ଧକୁ ମଧ୍ୟ ବନ୍ଦ କରିବେ । ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ମାସ ଧରି ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ଟ୍ରମ୍ପ ଗାଜା ଅସ୍ତ୍ରବିରତି ଚୁକ୍ତିର ଶ୍ରେୟ ନେଇଛନ୍ତି ।ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଥମ ପଦକ୍ଷେପ ଭାବେ ଅସ୍ତ୍ରବିରତି ଚୁକ୍ତି ହାସଲ କରିଛୁ ବୋଲି ଟ୍ରମ୍ପ କହିଛନ୍ତି ।

Leave a Reply

Your email address will not be published. Required fields are marked *