ନାବାର୍ଡରେ ପୂରଣ ହେବ ଗ୍ରୁପ୍ ‘C’ ଅଫିସ୍ ଆଟେଣ୍ଡାଣ୍ଟ୍ ପଦବୀ
ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ (NABARD) ଏହି ସୁଯୋଗ ନେଇଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଏହି ନିଯୁକ୍ତି NABARDର ବିଭିନ୍ନ ରାଜ୍ୟରେ ଗ୍ରୁପ୍ ‘C’ ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୦୮ଟି ପଦବୀ ପୂରଣ ହେବ। ଓଡିଶାରେ ୫ଟି ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୨ ଅକ୍ଟୋବର ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୧ ନଭେମ୍ବର ୨୦୨
- ଖାଲି ପଦବୀ:
UR – ୫୪ଟି ପୋଷ୍ଟ୍
SC – ୦୪ଟି ପୋଷ୍ଟ୍
ST – ୧୨ଟି ପୋଷ୍ଟ୍
OBC –୨୮ଟି ପୋଷ୍ଟ୍
EWS – ୧୦ଟି ପୋଷ୍ଟ୍
ମୋଟ୍ – ୧୦୮ଟି ପୋଷ୍ଟ୍ - ବୟସ ସୀମା:
ସର୍ବନିମ୍ନ ବୟସ – ୧୮ବର୍ଷ
ସର୍ବାଧିକ ବୟସ – ୩୦ବର୍ଷ

