କ୍ରୀଡା

୨୦୨୫ରେ ଭାରତରେ ହେବ ପ୍ରଥମ ଖୋ ଖୋ ବିଶ୍ୱକପ୍

Spread the love

ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ (କେକେଏଫ୍ଆଇ) ଏବଂ ଅନ୍ତର୍ଜାତୀୟ ଖୋ ଖୋ ଫେଡେରେସନ୍ ଘୋଷଣା କରିଛନ୍ତି ଯେ ୨୦୨୫ରେ ଭାରତରେ ପ୍ରଥମ ଖୋ ଖୋ ବିଶ୍ୱକପ୍ ଆୟୋଜନ କରାଯିବ। ଏହି ପ୍ରତିଯୋଗିତାରେ ୬ଟି ମହାଦେଶର ୨୪ଟି ଦେଶ ଅଂଶଗ୍ରହଣ କରିବେ ଏବଂ ଏଥିରେ ୧୬ଟି ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ।ବିଶ୍ୱକପ୍ ପୂର୍ବରୁ କେକେଏଫ୍ଆଇ ଏହି ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଟି ସହରର ୨୦୦ସ୍କୁଲରେ ପହଞ୍ଚାଇବାକୁ ଯୋଜନା କରିଛି।

ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅତି କମରେ ୫୦ ଲକ୍ଷ ଖେଳାଳିଙ୍କୁ ପଞ୍ଜୀକରଣ କରିବା ଲକ୍ଷ୍ୟରେ ମହାସଂଘ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଦସ୍ୟତା ଅଭିଯାନ ଚଳାଇବ। ଏହି ଟୁର୍ଣ୍ଣାମେଣ୍ଟରେ ଏକ ସପ୍ତାହ ବ୍ୟାପୀ ସିରିଜ୍ ଖେଳାଯିବ, ଯେଉଁଥିରେ ବିଶ୍ୱର ଶୀର୍ଷ ସ୍ତରୀୟ କ୍ରୀଡାବିତମାନେ  ମାନେ ଅଂଶଗ୍ରହଣ କରିବେ।

ଖୋ ଖୋ ବିଶ୍ୱକପ୍ ଏହି ସ୍ୱଦେଶୀ ଭାରତୀୟ କ୍ରୀଡ଼ାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଖୋ ଖୋର ମୂଳ ଭାରତରେ ରହିଛି ଏବଂ ବିଶ୍ୱକପ୍ କ୍ରୀଡ଼ାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରତିଯୋଗିତାମୂଳକ ଭାବନାକୁ ଆଲୋକିତ କରିବ ।

Leave a Reply

Your email address will not be published. Required fields are marked *