ସବମରିନ ବୁଡି ୬ ମୃତ, ୨୯ ଉଦ୍ଧାର
ଇଜିପ୍ଟ ମିଶିରିର ଲାଲ ସାଗରରେ ହର୍ଗହାଡା ସହରରେ ସମୁଦ୍ର ତଟରେ ଏକ ଟୁରିଷ୍ଟ ସବମରିନ ବୁଡିଯାଇଛି । ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଅସୁସ୍ଥ ହୋଇଛନ୍ତି । ଏହି ସବମରିନରେ ୪୪ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୨୯ ଜଣଙ୍କୁ ଉଦ୍ଧାର କରାଯାଇଛି ।ଅନ୍ୟ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୁଡ଼ିଯାଇଥିବା ସବମରିନ ନା ସିନ୍ଦବାଦ ।ସମୁଦ୍ର ତଟ ହାର୍ବର ନିକଟରେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଛି ।ଘଟଣାର ଗମ୍ଭୀରତାକୁ ନେଇ ୨୧ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି ।

