odisha

ବେଆଇନ ଚୋରା ବାଲି ଚାଲାନ ନେଇ ଓଡପଡାରେ ଉତ୍ତେଜନା,ଦୁଇ ବାଲି ଗାଡି ଜବଦ କଲେ ଗ୍ରାମବାସୀ

Spread the love

ଆଙ୍କର-ଦୀର୍ଘ ଦିନ ହେଲା ଦୁଇଗାଁ ସୀମାରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେବା ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଓଡପଡା ଏବଂ ଯାଜପୁର ଜିଲ୍ଲା ରଣପୁର ଗାଁ ମଧ୍ଯରେ ଉତ୍ତେଜନା ଲାଗିରହିଛି।ଗତ କାଲି ବିଳମ୍ବିତ ରାତ୍ରୀରେ ଓଡପଡା ଗାଁ ସୀମାରୁ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଓଡପଡା ଗ୍ରାମର ଶତାଧିକ ଲୋକ ଏକତ୍ରୀତ ହୋଇ ବେଆଇନ ବାଲି ଉତ୍ତୋଳନ କରିଥିବା ଦୁଇଟି ଡ୍ରମ୍ପର ଗାଡିକୁ ଅଟକ ରଖି ସ୍ଥାନିୟ ରାମଚନ୍ଦ୍ରପୁର ପୋଲିସର ଜିମା ଦେଇଛନ୍ତି।ପୋଲିସ ଦୁଇ ବାଲି ବୋଝେଇ ଡ୍ରମ୍ପରକୁ ଜବଦ କରି ନିଜ ହେପାଜତକୁ ଆଣିଛି।ସେପଟେ ଗାଡି ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି।ଦୁଇ ଗାଡିରେ କୌଣସି ବୈଧ କାଗଜ ପତ୍ର ନଥିବାରୁ ପୋଲିସ ବେଆଇନ ବାଲି ଗାଡି ସମ୍ପର୍କରେ କେନ୍ଦୁଝର ଖଣିଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ସେପଟେ ବାଲି ଗାଡି ଜବଦ ଘଟଣାକୁ ନେଇ ଦୁଇ ସୀମାରେ ଗାଁରେ ଚାଷା ଉତ୍ତେଜନା ଲାଗି ରହିଛି।

Leave a Reply

Your email address will not be published. Required fields are marked *