କପଡ଼ା ଫ୍ୟାକ୍ଟ୍ରିରେ ବଏଲର ଫାଟିବା ଯୋଗୁଁ ୩ ଶ୍ରମିକ ମୃତ
ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଫ୍ୟାକ୍ଟ୍ରିରେ ବଏଲର ଫାଟିବା ଯୋଗୁଁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।ଘଟଣା ବିଷୟରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି |ଏସିପି ଜ୍ଞାନ ପ୍ରକାଶ କହିବା ମୁତାବକ, ଫ୍ୟାକ୍ଟ୍ରିରେ ବଏଲର ଫାଟିବା ଯୋଗୁଁ ଘଟଣା ସ୍ଥଳରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କିନ୍ତୁ ମ୍ତଦେହକୁ ରଖି ପରିଜନ ଲୋକ ହଙ୍ଗାମା କରିଛନ୍ତି । ସେମାନେ ଦାବି କରିଛନ୍ତି କି, କମ୍ପାନୀ ପକ୍ଷରୁ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇନାହିଁ । ଯଦି ସାବଧାନତା ଅବଲମ୍ବନ କରାଯାଇଥାନ୍ତା, ତେବେ ସେମାନଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା ।

