ଦେଶ ବିଦେଶ

ମମତା ବାନାର୍ଜୀଙ୍କ ସାଂଘାତିକ ଅଭିଯୋଗ, ସାମ୍ପ୍ରଦାୟିକ ହିଂସା ପାଇଁ ପାଣ୍ଠି ଯୋଗାଉଛି ଏହି ଦଳ

Spread the love

ମମତା ବାନାର୍ଜୀଙ୍କ ସାଂଘାତିକ ଅଭିଯୋଗ। ସାମ୍ପ୍ରଦାୟିକ ହିଂସା ପାଇଁ ସଂଖ୍ୟା ଲଘୁ ନେତାଙ୍କୁ ପାଣ୍ଠି ଯୋଗାଉଛନ୍ତି ରାଜନୈତିକ ଦଳ। ସୋମବାର କୋଲକାତାର ନେତାଜୀ ଇଣ୍ଡୋର ଷ୍ୟାଡିୟମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସମ୍ଭୋଧନ କଲା ବେଳେ ଏଭଳି ଅଭିଯୋଗ କରିଛନ୍ତି ମମତା। ସେ ଧର୍ମ ଆଧାରରେ କୌଣସି ହିଂସାକୁ ବିରୋଧ କରନ୍ତି ବୋଲି ମମତା କହିଛନ୍ତି। ଏଥିସହିତ ମୁସଲିମ ଧର୍ମଗୁରୁ ତଥା ହିନ୍ଦୁ ପୁରୋହିତଙ୍କ ମାସିକ ଭତ୍ତା ୫୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଯାଦବପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଙ୍କ ମୃତ୍ୟୁରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ସମର୍ଥିତ ଛାତ୍ର ସଂଗଠନ ଏଥିରେ ସମ୍ପୃକ୍ତ ଅଛି ବୋଲି ମମତା ଦାବି କରିଛନ୍ତି। ମମତା କହିଛନ୍ତି “ଦେଶର ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ପାଇଁ ଟଙ୍କା ଖର୍ଚ୍ଚ କରାଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ବିଜେପି (ଭାରତୀୟ ଜନତା ପାର୍ଟି) କିଛି ସଂଖ୍ୟାଲଘୁ ନେତାଙ୍କୁ ଆର୍ଥିକ ପୋଷଣ କରୁଛି।”
ପଶ୍ଚିମବଙ୍ଗରେ ଶାସକ ତୃଣମୁଳ କଂଗ୍ରେସ ବିରୋଧରେ ବିଜେପି ସିପିଆଇ(ଏମ୍) ଏବଂ କଂଗ୍ରେସ ଦଳକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।

ସେହିପରି ରାଗିଙ୍କୁ ନେଇ ମମତା କହିଛନ୍ତି କିଛି ଦିନ ତଳେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟଣାର ଉଲ୍ଲେଖ କରିଛନ୍ତି। ବାନାର୍ଜୀ କହିଛନ୍ତି ଯେ ଆମେ ଯାଦବପୁର ବିଶ୍ୱବିଦ୍ୟାଳୟ ପାଇଁ ଗର୍ବିତ, କିନ୍ତୁ ସିପିଆଇ (ଏମ୍) ସମର୍ଥିତ (ଛାତ୍ର) ସଂଘ ଏହି ନବାଗତ ଛାତ୍ର ମୃତ୍ୟୁ ସହ ଜଡିତ ଅଛି।

ଏଥିସହିତ କେନ୍ଦ୍ରେ ବିଜେପିକୁ ଟାର୍ଗେଟ୍ କରି ମମତା କହିଛନ୍ତି ଯେ କେନ୍ଦ୍ରରେ ସରକାରଙ୍କର କାର୍ଯ୍ୟକାଳ ଆଉ ମାତ୍ର ୬ ମସ ରହିଲା।ଏହାପରେ ବିରୋଧୀ ମେଣ୍ଟ ହିଁ ସରକାର ଗଠନ କରିବ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରିବା ସହିତ ସିବିଆଇ ଓ ଇଡି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ମମତା କହିଛନ୍ତି। ଏଥିସହିତ ରାଜ୍ୟ ସରକାର ୭୦୦ ଟି ଅଣସଂରକ୍ଷିତ ମଦ୍ରାସାକୁ ସ୍ୱୀକୃତି ପ୍ରଦାନ କରିବେ ବୋଲି ମମତା ଘୋଷଣା କରିଛନ୍ତି। ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ୩୦୦ ମଦ୍ରାସାକୁ ସ୍ୱୀକୃତି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *