ସ୍କୁଲ ବସ୍ ଉପରେ ଗୁଳିମାଡ଼
ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଛନ୍ତି । ଅମରୋହାରେ ପିଲାମାନେ ସ୍କୁଲକୁ ଯାଉଥିବା ବେଳେ ଗୁଳିମାଡ ହୋଇଥିଲା । ଏହି ସମୟରେ ନଗଲା ଠାକୁରଦ୍ୱାରା ରୋଡରେ ବାଇକ ଆରୋହୀ ରାସ୍ତା ମଝିରେ ବସକୁ ଅଟକାଇ ଦେଇଥିଲେ । ଏହି ଦୁର୍ବୃତ୍ତମାନେ ନିଜ ମୁହଁକୁ କପଡାରେ ଗୁଡାଇ ଦେଇଥିଲେ । ଏହାପରେ ସେମାନେ ବସ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ୧ କିମି ପର୍ଯ୍ୟନ୍ତ ବସକୁ ପିଛା କରିଥିଲେ ଏବଂ ୨ଥର ଗୁଳିଚାଳନା କରିଥିଲେ|ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି ।ପିଲାମାନଙ୍କ ଅବିଭାବକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।

