ଟ୍ରାଫିକ ଜାମ ଯୋଗୁ ଗାଡି ରଖି ଦେଇ ଘରକୁ ଚାଲିଚାଲି ଗଲେ ଲୋକେ
ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ଇଲେକ୍ଟ୍ରିନିକ ସିଟିର ଫ୍ଲାଏଓଭରରେ ଯିବାଆସିବା ପାଇଁ ପ୍ରବଳ ଭିଡ ଲାଗିଥିଲା । ରାସ୍ତାରେ ଗାଡି ଧରି ୩ ଘଣ୍ଟା ଅପେକ୍ଷା କରିବା ପରେ ବିରକ୍ତି ହୋଇଯାଇଥିଲେ ଲୋକ । ଘରକୁ ଯିବା ପାଇଁ ଅନେକ ଗାଡି ଲମ୍ବା ଲମ୍ବା ଧାଡି ହୋଇ ଛିଡା ହୋଇଥିଲା । ଏତେ ସମୟ ଧରି ଅପେକ୍ଷା କରି ଠିଆ ହୋଇଥିବା ଗାଡି ଛାଡି ଦେଇ ଚାଲିଚାଲି ଘରକୁ ଲୋକ ଯାଇଥିବାର ଦେଖିବାକୁ ମିଳିଥିଲା ।

