ଦେଶ ବିଦେଶ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ୮୦ ବର୍ଷ ବୟସରେ ପରଲୋକ

Spread the love

ଆଖି ବୁଜିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୮୦ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୨୦ ମିନିଟ୍‌ରେ ତାଙ୍କ ପରଲୋକ ହୋଇଛି। କୋଲକତାସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ନିଃଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଘରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଦ୍ଧଦେବଙ୍କ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି। ଅସୁସ୍ଥତା ହେତୁ ଦୀର୍ଘ ଦିନ ହେଲା ସେ ସର୍ବସାଧାରଣ ସ୍ଥାନକୁ ଯାଉ ନ ଥିଲେ।

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ ୧୯୪୪ ମସିହା ମାର୍ଚ୍ଚ ମାସରେ ଉତ୍ତର କୋଲକତାରେ ହୋଇଥିଲା। ସେ କୋଲକତାର ପ୍ରତିଷ୍ଠିତ ପ୍ରସିଡେନ୍ସି କଲେଜରୁ ବଙ୍ଗାଳି ସାହିତ୍ୟରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ସିପିଆଇ(ଏମ୍‌)ରେ ସାମିଲ ହୋଇଥିଲେ। ଏଥିସହ ସେ ସିପିଆଇର ଯୁବା ଶାଖା ଡେମୋକ୍ରାଟିକ୍‌ ୟୁଥ ଫେଡେରେସନର ରାଜ୍ୟ ସଚିବ ପଦ ସମ୍ଭାଳିଥିଲେ। ଏହାପରେ ଡେମୋକ୍ରାଟିକ୍‌ ୟୁଥ ଫେଡେରେସନର ବିଲୟ ହୋଇଥିଲା।

୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ମାତ୍ର ଏହାପରେ ୨୦୧୫ ମସିହାରେ ସେ ସିପିଆଇ(ଏମ୍‌)ର ପୋଲିତ ବ୍ୟୁରୋ ଓ କେନ୍ଦ୍ରୀୟ ସମିତିରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୮ ମସିହାରେ ସେ ରାଜ୍ୟ ସଚିବାଳୟର ସଦସ୍ୟତା ପଦ ଛାଡ଼ି ଦେଇଥିଲେ।

Leave a Reply

Your email address will not be published. Required fields are marked *