ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲା ଇସ୍ରାଏଲ
ପାଲେଷ୍ଟାଇନକୁ ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲା ଇସ୍ରାଏଲ। ହମାସର ସଶସ୍ତ୍ର ବାହିନୀ ଅପରେଶନ ଅଲ-ଆକସା ଫ୍ଲଡ ଆକ୍ରମଣ ଆରମ୍ଭ କରିଥିବା ଘୋଷଣା କରିଛି। ତେବେ ଇସ୍ରାଏଲ କହିଛି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଏହି ଯୁଦ୍ଧ ହାମାସ ଆରମ୍ଭ କରିଥିଲା, କିନ୍ତୁ ଇସ୍ରାଏଲ ଶେଷ କରିବ ବୋଲି ଇସ୍ରାଏଲ କହିଛି । ଏହା ସହିତ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ପକ୍ଷରୁ ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କରାଯାଇଛି ।
ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବେ ହାମାସକୁ ଧ୍ୱଂସ କରିବାକୁ ଚେତାବନୀ ଦେଇଛନ୍ତି । ନେତାନ୍ୟାହୁ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ହାମାସକୁ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ମଧ୍ୟ ସାରା ଦେଶର ନାଗରିକମାନଙ୍କୁ ସତର୍କ କରାଇଛନ୍ତି।ଏହି ଆକ୍ରମଣରେ ଏବେ ସୁଦ୍ଧା 300ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

