‘Singham 3’ରେ ନଜର ଆସିବେ କରୀନା
ବଲିଉଡ୍ର ବେବୋ କରୀନା କପୁର । ବି ଟାଉନ୍ର ଅନ୍ୟତମ ସଫଳ ଅଭିନେତ୍ରୀ । ଯିଏ ନିଜେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେଟରୁ ଏକ ରୋମାଞ୍ଚକର ଫଟୋ ସେୟାର କରିଛନ୍ତି। ଯାହାକୁ ନେଇ ଫ୍ୟାନ୍ସମାନେ ଖୁବ୍ ଖୁସି ଅଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିଙ୍ଗହମ୍-୩’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି।
କରୀନା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ରୋହିତ ଶେଟ୍ଟୀଙ୍କ ‘ସିଙ୍ଗହମ୍-୩’ ର ସେଟରୁ ଏକ ପରଦା ପଛର ଫଟୋ ସେୟାର କରିଛନ୍ତି। ଫଟୋରେ, ବେବୋ ସିଧା ଠିଆ ହୋଇଥିବା ଦେଖିବାକୁ ମିଳୁଛି ଏବଂ ଏକ କାର ତାଙ୍କ ସାମ୍ନାରେ ପବନରେ ଉଡୁଛି । ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ କାହା ପାଇଁ ଶୁଟିଂ କରୁଛି ତାହା କହିବା ଆବଶ୍ୟକ କି? ସେ ମୋର ପ୍ରିୟ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହିତ ଏହା ମୋର ଚତୁର୍ଥ ଚଳଚ୍ଚିତ୍ର … କିନ୍ତୁ ଶେଷ ନୁହେଁ … ରେଡି ଷ୍ଟେଡି ଗୋ । ଏହି ପୋଷ୍ଟ ଉପରେ ରଣଭୀର ସିଂଙ୍କ କମେଣ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ ଏହି ପୋଷ୍ଟରେ ଲେଖିଛନ୍ତି – ‘ରୋହିତ ସାରଙ୍କ ସହ ଏହା ତୁମର ଚତୁର୍ଥ ଚଳଚ୍ଚିତ୍ର । କିନ୍ତୁ ତୁମ ସହିତ ଏହା ମୋର ପ୍ରଥମ ଚଳଚ୍ଚିତ୍ର’।
ବେବୋ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଥିଲେ ଯେ ସେ ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଅଛନ୍ତି। କରୀନାଙ୍କ ଏହି ପୋଷ୍ଟରୁ ସେ ‘ସିଙ୍ଗହମ୍-୩’ ‘ପାଇଁ ସୁଟିଂ ଆରମ୍ଭ କରିଥିବା ଜଣାପଡିଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ରଣବୀର ତାଙ୍କ ଇନଷ୍ଟାଗ୍ରାମରେ ସିଙ୍ଗହମ୍ ମୋହରତ୍ ସୁଟ୍ର ଫଟୋ ସେୟାର କରିଥିଲେ।

