ଦେଶ ବିଦେଶ

ବେଙ୍ଗାଲୁରୁରେ ଏକ ଆଠ ମାସର ଶିଶୁ ଶରୀରରେ ଚିହ୍ନଟ ହୋଇଛି ମେଟାନ୍ୟୁମୋଭାଇରସ୍

Spread the love

ଚୀନ୍‌ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍‌ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏବେ ବେଙ୍ଗାଲୁରୁରେ ଏକ ଆଠ ମାସର ଶିଶୁ ଶରୀରରେ ମେଟାନ୍ୟୁମୋଭାଇରସ୍ ଚିହ୍ନଟ ହୋଇଛି। ସହରର ଉତ୍ତର ଭାଗରେ ଥିବା ଲୋକପ୍ରିୟ ବାପ୍ଟିଷ୍ଟ ହସ୍ପିଟାଲରେ ଏହି ମାମଲା ଚିହ୍ନଟ କରାଯାଇଛି।ଏହି ଭାଇରସ୍‌ ପାଇଁ ଚୀନ୍‌ରେ ଅତି ଉଦ୍‌ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍‌ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ।  ହ୍ୟୁମାନ ମେଟାନ୍ୟୁମୋଭାଇରସ୍  ପାଇଁ ଚୀନ୍‌ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *