ମହାନଗର

ଆରମ୍ଭ ହେଲା ଏକାମ୍ର ଉତ୍ସବ

Spread the love

ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେଙ୍କ ଖୁଦା ଜାନେ କେ ମେ ଫିଦା ହୁଁ, ଦିଲ ଇବାଦତ ପରି କାଳଜୟୀ ଗୀତ ସହିତ କଥାକାରଙ୍କ କାହାଣୀ ଭାସି ଆସୁଥିଲା। ଚାଇନା ଲ୍ୟାମ୍ପ୍, ବିଭିନ୍ନ ରଙ୍ଗର ଆଲୋକମାଳାରେ ସଜେଇ ହୋଇଥିଲା ରାସ୍ତା, ପାର୍କ, ପଡ଼ିଆ। ପ୍ରବେଶ ପଥରେ ସମ୍ମୋହିତ କରୁଥିଲା ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଖାଦ୍ୟର ସମ୍ଭାର ‘ଆମ ବ୍ୟଞ୍ଜନ’ ଓ ଚିତ୍ରକଳା। ସେପଟେ ଫ୍ଲି’ ମାର୍କେଟରେ ଝୁଲୁଥିବା ମନଲୋଭା ପରିଧାନ ଓ ଅଳଙ୍କାର ଯେମିତି ହାତଠାରି ଡାକୁଥିଲା। ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ବିଡିଏ ପକ୍ଷରୁ ଅନୁଷ୍ଠିତ ‘ଏକାମ୍ର ଉତ୍ସବ’ ପାଇଁ ପ୍ରଦର୍ଶନୀ ପଡ଼ିଆ ସମେତ ରାଜଧାନୀର ବିଭିନ୍ନ ପାର୍କରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା।ମନ ମୋହିଲା ପାର୍କ ଉତ୍ସବ
ଶୀତୁଆ ସକାଳେ ଜୁମ୍ବା ଡ୍ୟାନ୍ସ ତାଳେ ତାଳେ ତଥା ଫିଟନେସ୍‌ ମନ୍ତ୍ରରୁ ଆରମ୍ଭ ହୋଇଥିଲା । ସକାଳେ ଯୋଗ, ଜୁମ୍ବାର ପ୍ରଶିକ୍ଷଣ ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖିବାର ପରାମର୍ଶ ମିଳିଥିଲା ଏଥିରେ ଅନିନ୍ଦିତା ପରିଡ଼ା, ସୋନାଲିସା ପଣ୍ଡା, କୁମାର ମୟୂର, ବି. ଯୋଗେନ୍ଦ୍ର, ଜ୍ୟୋତିରେଖା ପଲେଇ ପ୍ରମୁଖ ପ୍ରଶିକ୍ଷକମାନେ ସାମିଲ ହୋଇଥିଲେ। ସେହିପରି ସନ୍ଧ୍ୟାରେ ଆଇଜି ପାର୍କରେ ଗାୟକ ସ୍ୱପ୍ନଜିତ, ଓଲିଉଡ଼ ଅଭିନେତା ଶୁଭାଶିଷ ଶର୍ମା, ଷ୍ଟୋରି ଟେଲର ମୀରା ଦାସଙ୍କ ସଙ୍ଗେ ଝୁମିଥିଲେ ଦର୍ଶକ।

Leave a Reply

Your email address will not be published. Required fields are marked *