ବାପାମାଆଙ୍କ କଥା ନବୁଝିଲେ ଫେରସ୍ତ ଯିବ ସମ୍ପତ୍ତି
ବାପା-ମାଆଙ୍କୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ବାପା-ମାଆଙ୍କ ବୟସ ହେବା ପରେ ଯେଉଁ ପିଲାମାନେ ତାଙ୍କ ସମ୍ପତ୍ତି ନେଇ ଆଉ ଦାୟିତ୍ବ ନେବାକୁ ରାଜି ହେଉନାହାନ୍ତି ସେମାନଙ୍କର ଆଉ ରକ୍ଷା ନାହିଁ ।ବୟସ ହେବା ପରେ ବାପା-ମାଆଙ୍କ ଯତ୍ନ ନେବାକୁ ଅନେକ ସମୟରେ ପିଲାଏ ପସନ୍ଦ କରନ୍ତି ନାହିଁ । ଆଜିକାଲିର ବ୍ୟସ୍ତବହୁଳତା ଜୀବନରେ ବୃଦ୍ଧ ବାପା-ମାଆଙ୍କ କଥା ବୁଝିବାକୁ ସେମାନଙ୍କ ପାଖରେ ସମୟ ନଥିବା ଅନେକ ସମୟରେ କୁହନ୍ତି ବି । ଯାହାଦ୍ବାରା ବୟସାଧିକ କାରଣରୁ ଯନ୍ତ୍ରଣାରେ ସିନା ସେମାନେ ଛଟପଟ ହୁଅନ୍ତି ହେଲେ ନିଜ କଷ୍ଟ କହିପାରନ୍ତି ନାହିଁ । ସେପଟେ ସମ୍ପତ୍ତି ନେଇ ଅୟସ କରନ୍ତି ପୁଅ-ଝିଅ । ଦେଶରେ ବର୍ତ୍ତମାନ ଏମିତି ଅନେକ ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ସେଇଥି ଲାଗି ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ବୟସ୍କ ବାପା-ମାଆଙ୍କ ଭରଣ ପୋଷଣ ଓ କଲ୍ୟାଣ ଅଧିନିୟମ ଧାରାରେ ମାମଲା ଦାୟର ହେଲେ ପିଲା ନେଇଥିବା ସବୁ ସମ୍ପତ୍ତି ଫେରାଇ ଅଣାଯାଇପାରିବ । ଏହାସହ କୋର୍ଟ କହିଛନ୍ତି, ଆଇନ ଆସିବା ପରେ ଆମେ ଆଶା ରଖୁଛୁ ପ୍ରତିପିଲା ସେମାନଙ୍କ ବାପା-ମାଆଙ୍କର ଭଲରେ ସେବା କରିବେ ।

