ମହାନଗର

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

Spread the love

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଆସନ୍ତା ୫  ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା ବା  ଦକ୍ଷିଣ ତାମିଲନାଡୁକୁ ମୁହାଁଇବ ଓ ବର୍ଷା  ହେବ । କିନ୍ତୁ ରାଜ୍ୟ ଉପରେ ଏହାର ସିଧା  ପ୍ରଭାବ ରହିବନି ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଆସନ୍ତା ୪ରୁ ୬ ତାରିଖ ଭିତରେ  ଦକ୍ଷିଣ ଅଭ୍ୟନ୍ତରରେ ରାତି ତାପମାତ୍ରା ୪  ଡିଗ୍ରୀ କମିଯିବ । ଫଳରେ ଶୀତ ବଢ଼ିବ । ୨, ୩ ଓ ୯ ତାରିଖରେ ପାଗ ମେଘୁଆ  ରହିବ । ୯ ତାରିଖରେ ପାଗ  ମେଘୁଆ ରହିବ । କୁହୁଡ଼ି ବି ଦୃଶ୍ୟମାନ  ହୋଇପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ଦିନ ଯାଏ ତାପମାତ୍ରାରେ କିଛି ପରିବର୍ତ୍ତନ ହେବନି । ସୋମବାର ଏ ସବୁ ଅଞ୍ଚଳରେ ପାଗ  ମେଘୁଆ ରହିବା ସହ କୁହୁଡ଼ି ଦେଖାଦେବ ।

Leave a Reply

Your email address will not be published. Required fields are marked *