ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର ସମେତ ଆଉ କେତେକ ସ୍ଥାନରେ ବି ଏହି ଚଢ଼ାଉ ଜାରି ରହିଥିବାର ସୂଚନା ରହିଛି। ଜୟପୁର ଘର ଓ ପୌର କାର୍ଯ୍ୟାଳୟ, ଆସ୍କା ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ | ଜୟପୁର ବ୍ଲକ ଅଫିସ , ଜୟପୁର ମ୍ୟୁନିସପାଲିଟ କାର୍ଯ୍ୟାଳୟ,ଜୟପୁର ଡିଆଇଇଟିରେ ଚାକିରୀ କରିଥିବା ପତ୍ନୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡ଼ିଏସପି, ୮ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।

