ରାଜ୍ୟ

୧୨ ଚକିଆ ଟ୍ରକ୍ ମାଡ଼ିଯିବାରୁ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

Spread the love

ବିଳମ୍ବିତ ରାତିରେ ବଲାଙ୍ଗୀର ସହରରେ ଏକ ଅଭାବନୀୟ ଘଟଣା ଘଟିଛି।ବଲାଙ୍ଗୀର ସହରର ପାଟଣା ଛକ ନିକଟସ୍ଥ ରାଧିକା ଜୁଏଲର୍ସରେ ସିଦ୍ଧାର୍ଥ ପ୍ରଧାନ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ସେ ଦୋକାନ ସାମ୍ନାରେ ଡ୍ୟୁଟି  କରୁଥିବା ବେଳେ ହଠାତ୍ ଏକ ୧୨ ଚକିଆ ଟ୍ରକ୍ ଦୋକାନକୁ ମାଡ଼ିଯାଇଥିଲା। କିଛି ବୁଝିବା ଆଗରୁ ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସିଦ୍ଧାର୍ଥ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା।ଟ୍ରକ୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ଚାଳକକୁ ଅଟକ ରଖିବା ସହ ଟ୍ରକକୁ ମଧ୍ୟ ଜବତ କରିଥିବା ସହ ମୃତଦେହକୁ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *