ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ତରଫରୁ କ୍ୟାନ୍ସର ରୋଗୀଙ୍କୁ ମାଗଣା ସେବା

ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ କ୍ୟାନ୍ସର ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛି । ମୁମ୍ବାଇରେ ଥିବା ନିଜର ଶେଲ୍ଟର ହୋମ୍ରେ କ୍ୟାନ୍ସର ରୋଗୀଙ୍କୁ ରଖି ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ସର୍ବୋତ୍ତମ ଓ ଗୁଣାତ୍ମକ ସୁବିଧା ସହ ଖାଇବା ଏବଂ ରହିବାର ସୁବିଧା ଯୋଗାଇ ଆସୁଛି। ସେହିପରି ଆମ୍ବୁଲେନ୍ସ ସେବା ମଧ୍ୟ ରୋଗୀମାନଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିଛି। ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡ଼ଃ ବିପିନ ବିହାରୀ ମିଶ୍ର ଓ ସଚିବ ଡ଼ଃ ସୁକନ୍ତି ମିଶ୍ରଙ୍କ ନିଷ୍ଠା ଓ ନିସ୍ଵାର୍ଥ ଚେଷ୍ଟା ସେହି ସ୍ୱପ୍ନକୁ ଦିନକୁ ଦିନ ସାକାର କରୁଛି।ଭାରତର ସବୁଠାରୁ ବଡ଼ କ୍ୟାନ୍ସର ହସ୍ପିଟାଲ୍ ଟାଟା ମେମୋରିଆଲ୍ ହସ୍ପିଟାଲ୍ ରେ ରୋଗୀମାନଙ୍କ ସହଯୋଗ ପାଇଁ ସୁର୍ଯ୍ୟକ୍ଷେତ୍ରର ସେଇ ଉଦ୍ୟମ ଅଧିକ ମାନ୍ୟତା ପାଇଛି ଏବଂ ରୋଗୀମାନଙ୍କ ସେବା ପାଇଁ ସମ୍ପୂର୍ଣ୍ଣ ସମର୍ପିତ ହୋଇଥିବାରୁ ସମ୍ମାନିତ ହୋଇଛନ୍ତି।ଏହା ନେଇ ସୁର୍ଯ୍ୟକ୍ଷେତ୍ରର ସମସ୍ତ ସଦସ୍ୟମାନେ ଖୁସି ପ୍ରକାଶ କରିଛନ୍ତି।

