ନବରାତ୍ରୀ ଉପଲକ୍ଷେ ନବରାତ୍ରୀ ଉପଲକ୍ଷେ ବ୍ୟାଙ୍କର୍ସ୍ କ୍ଲବ୍ ମୁମ୍ବାଇ ପକ୍ଷରୁ ସୁର୍ଯ୍ୟକ୍ଷେତ୍ର ଶେଲ୍ଟର୍ ହୋମ୍ରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ
ନବୀ ମୁମ୍ବାଇର ଖାରଘର ସେକ୍ଟର-୧୨ ସ୍ଥିତ ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ କ୍ୟାନ୍ସର୍ ଶେଲ୍ଟର୍ ହୋମ୍ରେ ଆଜି ଲାୟନ୍ସ କ୍ଲବ୍ ମୁମ୍ବାଇ ପରେଲ୍ ପକ୍ଷରୁ ଏକ “ହଙ୍ଗର୍ ଆକ୍ଟିଭିଟି” ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ କ୍ୟାନ୍ସର୍ ରୋଗୀ ସହିତ ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଓ ସଚିବ ପ୍ରାୟ ୨ ଘଣ୍ଟା ସମୟ ଦେଇ ଏହି ସେବାରେ ଅଂଶଗ୍ରହଣ କରିଥିଲେ ଏବଂ ଏହି କଷ୍ଟକର ସମୟରେ କିଛି ସହାୟତା ଦେବାକୁ ଚେଷ୍ଟା କରିଥିଲେ ।
ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍କୁ ପକ୍ଷରୁ ରୁ. ୭,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ସୁଯୋଗରେ ଶ୍ରୀ ଦୀପକ ସାହୁ ଓ ତାଙ୍କ ବନ୍ଧୁ ବ୍ୟାଙ୍କର୍ସ୍ କ୍ଲବ୍ ମୁମ୍ବାଇ ପକ୍ଷରୁ ଖ୍ହାଇବା ଲାଗି ପାଇଁ ପାତ୍ର ପ୍ରଦାନ କରିଥିଲେ ଏବଂ ଜଣେ ଆବଶ୍ୟକୀୟ କ୍ୟାନ୍ସର୍ ରୋଗୀଙ୍କ ଚିକିସ୍ଛା ପାଇଁ ରୁ. ୫,୦୦୦ ଟଙ୍କା ସହାୟତା କରିଥିଲେ ।
ଏହି ଅବସରରେ ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ର ଚେୟାରମ୍ୟାନ୍ ଡା. ବିପିନ୍ ବିହାରୀ ମିଶ୍ର, ସେକ୍ରେଟାରୀ ଡା ସୁକାନ୍ତି ମିଶ୍ର ଲାୟନ୍ସ କ୍ଲବ୍ର ଅଧ୍ୟକ୍ଷ ଶ୍ରୀ କାଶ୍ୟପ, ସଚିବ ଶ୍ରୀ ଦିକ୍ଷିତ, ପୂର୍ବତନ ଅଧ୍ୟକ୍ଷମାନେ — ଶ୍ରୀ ପାଠକ ଓ ଶ୍ରୀ ଯାଦବ — ଉଦ୍ବୋଧନ କରିଥିଲେ । ଶେଷରେ, ଲାୟନ୍ସ କ୍ଲବ୍ର କୋଷାଧ୍ୟକ୍ଷ ଓ ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ର ଟ୍ରଷ୍ଟି ଶ୍ରୀ ବି.କେ. ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନା କରିଥିଲେ ।
କାର୍ଯ୍ୟକ୍ରମର ଶେଷରେ ସମସ୍ତଙ୍କୁ ସ୍ୱାଦିଷ୍ଟ ଭୋଜନ ପ୍ରଦାନ କରାଯାଇଥିଲା । ଏହି ସୁନ୍ଦର ବ୍ୟବସ୍ଥାପନା ଏବଂ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପାଇଁ ଶ୍ରୀ କୃଷ୍ଣା ସାହୁ ଓ ଅମିତ ସାହୁ ଙ୍କୁ ବିଶେଷ ଧନ୍ୟବାଦ ଜଣାଯାଇଛି ।

