ଆଞ୍ଚଳିକ

ଜବରଦଖଲ ଉପରେ ଚାଲିଲା ବୁଲ୍‌ଡ୍ରୋଜର୍‌

Spread the love

‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି: ସରକାରୀ ଜମିରେ ଘର ତିଆରି’ ହେଉଛି। ରାଜଧାନୀ ଛାତି ଉପରେ ଜମି ମାଫିଆଙ୍କ କଳାକାରନାମା ସମ୍ପର୍କରେ ଦୁଇ ଦିନ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ବିଏମ୍‌ସି ଅଧିକାରୀମାନେ ଘଟଣା ସ୍ଥଳ ଅନୁଧ୍ୟାନ କରିବା ସହ ବୁଲ୍‌ଡ୍ରୋଜର୍‌ ଲଗାଇ ଘରଗୁଡ଼ିକୁ ଭାଙ୍ଗିଛନ୍ତି। ତେବେ ସମ୍ପୂର୍ଣ୍ଣ ସଫଳ ହୋଇ ନାହାନ୍ତି। ସ୍ଥାନୀୟ ମହିଳାଙ୍କ ପ୍ରତିବାଦ ଓ ବିରୋଧ ସତ୍ତ୍ବେ ବିଏମ୍‌ସି ପକ୍ଷରୁ ୩ଟି ଘରକୁ ମାଟିରେ ମିଶାଇ ଦିଆଯାଇଛି। ଆଉ ଗୋଟିଏ ଘର ଭାଙ୍ଗିବା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ଅଧିକାରୀମାନେ ପଳାଇ ଆସିଛନ୍ତି। ତେବେ ଆଗାମୀ ଦିନରେ ପୁଲିସ ମୁତୟନ କରାଯାଇ ଘରଗୁଡ଼ିକ ଭଙ୍ଗାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *