ଜାତୀୟ

ଫେବୃଆରୀରେ ହ୍ବାଇଟ ହାଉସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀରେ ତାଙ୍କ ସହ ଏକ ସାକ୍ଷାତ ପାଇଁ ହ୍ୱାଇଟ୍ ହାଉସ୍ ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋମବାର ଫ୍ଲୋରିଡାରୁ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌କୁ ଫେରିବା ବାଟରେ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ ଏପରି ପ୍ରତିକ୍ରୟା ଦେଇଥିଲେ।ଟ୍ରମ୍ପ କହିଛନ୍ତି ‘ସୋମବାର ସକାଳେ ତାଙ୍କ ସହ ମୋର ବହୁତ ସମୟ କଥାବାର୍ତ୍ତା ହୋଇଥିଲା। ସେ ଆସନ୍ତା ମାସରେ, ସମ୍ଭବତଃ ଫେବୃଆରୀ ମାସରେ ହ୍ୱାଇଟ୍ ହାଉସ୍ ଆସିବେ। ଭାରତ ସହିତ ଆମର ବହୁତ ଭଲ ସମ୍ପର୍କ ରହିଛି।’ ରାଷ୍ଟ୍ରପତି ସକାଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଫୋନ୍ କଲ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ କଲ୍ ବିଷୟରେ ପଚରାଯିବାରୁ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ, “ସବୁକିଛି ମୋଦୀଙ୍କ ସହ ଏକ ଫୋନ୍ କଲ୍‌ରୁ ସ୍ପଷ୍ଟ ହୋଇଛି।”

Leave a Reply

Your email address will not be published. Required fields are marked *