ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବ ବିଧୁ ମଧୁ ବିତର୍କ ପ୍ରତିଯୋଗିତା-୨୦୨୫
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ବିଧୁ ମଧୁ ବିତର୍କ ପ୍ରତିଯୋଗିତା ୨୦୨୫। ଫେବୃଆରୀ ୪ ଓ ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ହେବ। ୧୯ ତାରିଖରେ ଶେଷ ପ୍ରତିଯୋଗିତା ହେବ। ଉଭୟ ଓଡ଼ିଆ ଏବଂ ଇଂରାଜୀ ଏହି ବିତର୍କ ପ୍ରତିଯୋଗିତା ହେବ। କେବଳ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ବିଧୁ ମଧୁ ବିତର୍କ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୨ହଜାର , ୧୦ ହଜାର ଓ ୮ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।

