ଅଗ୍ନିବୀରଙ୍କୁ ମିଳିବ ଚାକିରି; ଅମିତ ଶାହ
ସେନାରୁ ଆସିଥିବା ପ୍ରତ୍ୟେକ ଅଗ୍ନିବୀରଙ୍କୁ ମିଳିବ ଚାକିରି। ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହରିଆଣାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମଙ୍ଗଳବାର ସନ୍ଧ୍ୟାରେ ଫରିଦାବାଦର ସେକ୍ଟର -୧୨ ରେ ଆୟୋଜିତ ବିଜେପି ନିର୍ବାଚନ ରାଲିରେ ଅମିତ ଶାହ କହିଛନ୍ତି ଯେ, ସେନାରୁ ଆସୁଥିବା ପ୍ରତ୍ୟେକ ଅଗ୍ନିବୀରରଙ୍କୁ ଚାକିରି ମିଳିବ। ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ରହିଛି। ଅବଶିଷ୍ଟ ସମସ୍ତଙ୍କୁ ହରିଆଣାରେ ଚାକିରି ଦିଆଯିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,’ହରିଆଣା ତା’ର ସୈନିକ, କୃଷକ ଏବଂ ଖେଳାଳିଙ୍କ ପାଇଁ ଜଣାଶୁଣା। ସେନାରେ ହରିଆଣାର ଅଧିକ ସୈନିକ ଅଛନ୍ତି। ହରିଆଣା ହେଉଛି ଦେଶର ଗର୍ବ। ହରିଆଣାର କୃଷକ ଦେଶର ଲୋକଙ୍କ ପେଟ ଭରନ୍ତି
ହରିଆଣାର ଖେଳାଳି ପଦକ ଜିତି ବିଶ୍ୱରେ ନିଜର ନାମ ପ୍ରସିଦ୍ଧ କରୁଛନ୍ତି।’ ଆଉ ମାତ୍ର ଦିନ କେଇଟା ପରେ ହରିଆଣା ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ରାଜନୈତିକ ଦଳର ନେତାମାନେ ମୈଦାନକୁ ଓହ୍ଲାଇଛନ୍ତି। ଘନ ଘନ ପ୍ରଚାର କରୁଛନ୍ତି। ଏହି କ୍ରମରେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ହରିଆଣାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ।

