ଦେଶ ବିଦେଶ

ମାଲଗାଡ଼ିକୁ ଧକ୍କା ଦେଲା ମାଲଗାଡ଼ି, ଡ୍ରାଇଭର ଓ କୋ-ପାଇଲଟ୍ ଆହତ

Spread the love

ଉତ୍ତର ପ୍ରଦେଶର ଫତେହପୁରରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଗୋଟିଏ ହିଁ ଟ୍ରାକ୍ ଉପରେ ଆସୁଥିବା ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଏକ ମାଲଗାଡ଼ିର ଇଞ୍ଜିନ୍ ଟ୍ରାକରୁ ଖସି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଏବଂ କୋ-ପାଇଲଟ୍ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରେଳୱେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଦୁର୍ଘଟଣା ଜିଲ୍ଲାର ଖାଗା କୋତୱାଲିର ପାମ୍ଭିପୁର ନିକଟରେ ଘଟିଛି ।

Leave a Reply

Your email address will not be published. Required fields are marked *